Onn 3

ଆସନ୍ତାକାଲି ସକାଳ ଯାଏ ଲାଗି ରହିବ ବର୍ଷା

State

 

rri

ଭୁବନେଶ୍ୱର:ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷିବ । ଗୁରୁବାର ସକାଳ ପର୍ଯ୍ୟନ୍ତ ଏହି ବର୍ଷା ଲାଗି ରହି । ପଶ୍ଚିମବଙ୍ଗ ଗାଙ୍ଗେୟ କ୍ଷେତ୍ର ଏବଂ ତତସଂଲଗ୍ନ ଝାଡଖଣ୍ଡ ନିକଟରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି  ରହିବ ବୋଲି ବୁଧବାର ଭାରତୀୟ ପାଣିପାଗ ବିଭାଗ  ସୂଚନା ଦେଇଛି ।

ଆଇଏମଡି ସୂଚନା ଅନୁସାରେ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।ଏହି ସବି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ଓଡ଼ିଶାର ଉତ୍ତର ଉପକୂଳ ଅଞ୍ଚଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏଥିସହିତ ଘଡଘଡି ସହ ବର୍ଷା ମଧ୍ୟ ହୋଇପାରେ । ଏହା ପରେ ପ୍ରବଳ ବର୍ଷା ସମ୍ଭବନା ନ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସେପ୍ଟେମ୍ବର ୧ରୁ ଅକ୍ଟୋବର ୪ ତାରିଖ ମଧ୍ୟରେ ଓଡ଼ିଶାରେ ୨୧୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ୬୦ ପ୍ରତିଶତରୁ ଅଧିକ ବର୍ଷା ହୋଇଥିବାବେଳେ ଗଞ୍ଜାମ, ନୂଆପଡା, ମାଲକାନଗିରି ଏବଂ ନବରଙ୍ଗପୁରରେ ୫୯ରୁ ୨୦ ପ୍ରତିଶତ କମ ବର୍ଷା ରେକର୍ଡ କରା ଯାଇଛି । ଗଜପତିରେ ସର୍ବାଧିକ ୬୦ ପ୍ରତିଶତ କମ ବର୍ଷା ହୋଇଥିବା ଜଣାଯାଇଛି ।