Onn 3

ଆଗାମୀ ବର୍ଷକ ମଧ୍ୟରେ ପାରାଦୀପ ଦେଶର ଏକ ନମ୍ବର ବନ୍ଦର ହେବ: କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ

State

 

images

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ପୋର୍ଟ, ସିପିଂ, ୱାଟର ୱେଜ୍ ଏବଂ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ କହିଛନ୍ତି, ଆଗାମୀ ବର୍ଷକ ମଧ୍ୟରେ ପାରାଦୀପ  ଦେଶର ଏକ ନମ୍ବର ବନ୍ଦର ହେବ। ଏହା ବହୁ ବର୍ଷ ତଳୁ ହୋଇ ସାରନ୍ତାଣି, କିନ୍ତୁ ପୋର୍ଟକୁ ଭଲ ଗମନାଗମନ ସୁବିଧା ନ ଥିବାରୁ ତାହା ହୋଇ ପାରୁନି। ରାସ୍ତା ସେଠାରେ ଠିକ ନାହିଁ, ବହୁତ ଅଣ ଓସାରିଆ ରାସ୍ତା। ସେଥିପାଇଁ ପାରାଦୀପ ବନ୍ଦରକୁ ଉପଯୁକ୍ତ ବେପାର ଆସୁନି। ରାସ୍ତା ଚଉଡ଼ା କରିବାକୁ ପୋର୍ଟ ଅନେକ ଥର ରାଜ୍ୟ ସରକାରଙ୍କୁ ନିବେଦନ କରିଛି, କିନ୍ତୁ ରାଜ୍ୟ ସରକାର ତାହା କରୁ ନାହାନ୍ତି। ପାରାଦୀପ ବନ୍ଦରକୁ ଭଲ ରାସ୍ତା ସଂଯୋଗ କରିବା ରାଜ୍ୟ ସରକାରଙ୍କ କାମ। ତଥାପି ରାଜ୍ୟ ସରକାରଙ୍କୁ ଆମେ ସେଥିରେ ସାହାଯ୍ୟ କରିବା ପାଇଁ ବି ରାଜି। ରାଜ୍ୟ ସରକାର ତାହା କରିଦେଲେ ଆସନ୍ତା ଏକ ବର୍ଷ ମଧ୍ୟରେ ପାରାଦୀପ ଦେଶର ଏକ ନଂ ବନ୍ଦର ହେବ। ରାଜ୍ୟ ସରକାରଙ୍କୁ ମୁଁ ନିବେଦନ କରୁଛି ତୁରନ୍ତ ରାଜ୍ୟ ସରକାର ରାସ୍ତା ଚଉଡ଼ା କରିବାର କାମ ଆରମ୍ଭ କରନ୍ତୁ। ଯଦି କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର କିଛି ସାହାଯ୍ୟ ମାଗିବେ, କେନ୍ଦ୍ର ବି ସାହାଯ୍ୟ କରିବା ପାଇଁ ରାଜି। ଏହା ଦ୍ୱାରା ଓଡ଼ିଶା ଓ ଭାରତର ବିକାଶ ହେବ।

ସେ ଆହୁରି କହିଛନ୍ତି, ଓଡ଼ିଶାରେ ପର୍ଯ୍ୟଟନ ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ଅଛି। ରାଜ୍ୟ ସରକାର ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର ସବୁ ସହାୟତା ପାଇଁ ଆଗଭର ଅଛନ୍ତି। କେନ୍ଦ୍ର ସରକାର ପର୍ଯ୍ୟଟନ ବିକାଶ ପାଇଁ ପ୍ରସାଦ ଓ ସ୍ବଦେଶୀ ଦର୍ଶନ ଯୋଜନା ଭଳି ଅନେକ ଯୋଜନା ଲାଗୁ କରିଛନ୍ତି।