Onn 3

ନାବାଳିକା କୁ ଅପହରଣ ପରେ ବିବାହ ଏବଂ ମୃତ୍ୟୁ ଅଭିଯୋଗରେ ରେ ଅଭିଯୁକ୍ତ ଙ୍କୁ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

Crime State

ବାରିପଦା: ଜନୈକ ନାବାଳିକା କୁ ଅପହରଣ କରି ବିବାହ ଏବଂ ଯୈାତୁକ ଜନିତ ମୃତ୍ୟୁ ଅଭିଯୋଗ ସଂକ୍ରାନ୍ତ ଏକ ମାମଲାର ଆଜି ବିଚାର କରି ବାରିପଦା ସ୍ପେଶିଆଲ କୋର୍ଟ ଆଣ୍ଡର ପକ୍ସୋ ଆକ୍ଟ ର ମାନ୍ୟବର ବିଚାରପତି ସୁମିତା ଜେନା ଅଭିଯୁକ୍ତ ସ୍ୱାମୀ ମୟୁରଭଞ ଜିଲା ବୈଶିଙ୍ଘା ଥାନା ଅନ୍ତର୍ଗତ ସାଳଗାଁ ଗ୍ରାମର ତ୍ରିଲୋଚନ ମହାଲିକ ର ପୁତ୍ର ଗୋପାଲ ଚନ୍ଦ୍ର ମହାଲିକ (୨୮) କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୬୩ ଅଫ ଆଇପିସି ଅନୁଯାୟୀ ୩ ବର୍ଷ ସଶ୍ରମ ଜେଲଦଣ୍ଡ ସମେତ ୩ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଏକ ମାସ ସଶ୍ରମ କାରାଦଣ୍ଡ ଏବଂ ୩୦୫ ଅଫ ଆଇପିସି ଅନୁଯାୟୀ ୭ ବର୍ଷ ସଶ୍ରମ କାରାଦଣ୍ଡ ସମେତ ୧୦ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୩ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ନାବାଳିକା ପିଡୀତା ର ମା ଙ୍କ ବୈଶିଙ୍ଘା ଥାନାରେ ଲିଖିତ ଅଭିଯୋଗ ଅନୁଯାୟୀ ୨୩-୬-୨୦୨୧ ରିଖ ରେ ତାଙ୍କ ଝିଅ କୁ ଅଭିଯୁକ୍ତ ଗୋପାଲ ଚନ୍ଦ୍ର ମହାଲିକ ଅପହରଣ କରିନେଇ ବିବାହ କରିଥିଲା । ଏ ବାବଦରେ ସିଏ ବସ୍ତା ଥାନାରେ ୩-୭-୨୦୨୧ ରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏ କଥା ଜାଣିବାପରେ ଅଭିଯୁକ୍ତ ର ପରିବାରବର୍ଗ ଝିଅ ଘର ପରିବାର ଲୋକଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ଏହାର ଚାରିମାସପରେ ଝିଅ ପାଖରୁ ତାର ପରିବାର ଲୋକ ଜାଣିବାକୁ ପାଇଲେ ଯେ ଅଭିଯୁକ୍ତ ଏବଂ ତାର ପରିବାରଲୋକ ଝିଅ କୁ ନାନାଦି ନିର୍ଯ୍ୟାତନା ଦେବା ସହ ପାଞ୍ଚ ଲକ୍ଷ ଟଙ୍କା ଯୈାତୁକ ଆଣିବାକୁ ଦାବୀକରିଆସୁଥିଲେ । ଏ କଥା କାହାରି ଆଗରେ ପ୍ରକାଶକଲେ ତାକୁ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଆସୁଥିଲେ । ୧-୧୨-୨୦୨୧ ରେ ଝିଅ ର ପରିବାର ଲୋକ ବାରିପଦା ସରକାରୀ ଡାକ୍ତରଖାନାରୁ ଜଣେ ଆଶାକର୍ମୀ ପାଖରୁ ଫୋନ ଯୋଗେ ଜାଣିବାକୁ ପାଇଲେ ଯେ ତାଙ୍କ ଝିଅ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଅଛି । ଏ କଥା ଶୁଣି ଝିଅ ର ପରିବାର ଲୋକ ଏବଂ ଗ୍ରାମର କିଛି ଲୋକ ଆସି ଡାକ୍ତରଖାନରେ ପହଞ୍ଚି ଦେଖିଲେ ତାଙ୍କ ଝିଅ ର ମୃତ୍ୟୁ ଘଟିଅଛି । ଏ ବାବଦରେ ବୈସିଙ୍ଘା ଥାନାରେ କେସ ନମ୍ବର ୩୫୨/୧-୧୨-୨୦୨୧ ରେ ଏକ ମାମଲା ରୁଜୁ କରିବା ସହିତ ପୋଲିସ ଅଭିଯୁକ୍ତ ଗୋପାଲ ଚନ୍ଦ୍ର ମହାଲିକ , ପିତା ତ୍ରିଲୋଚନ ମହାଲିକ ଏବଂ ଭଉଣୀ ରୁନୀ ଜେନା କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଆଜି ଚୁଡାନ୍ତ ରାୟ ପ୍ରକାଶ ପାଇଥିବାବେଳେ ଆବଶ୍ୟକୀୟ ପ୍ରମାଣ ଅଭାବର୍‌ୁ ତ୍ରିଲୋଚନ ମହାଲିକ ଏବଂ ରୁନୀ ଜେନା ଙ୍କୁ ଖଲାସ କରିବାର ନିର୍ଦ୍ଧେଶନାମା ଜାରିକରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ସ୍ୱତନ୍ତ୍ର ପି ପି ଅଭିନ୍ନ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ ।