ବାରିପଦା: ଗାନ୍ଧୀ ଜୟନ୍ତୀ ଠାରୁ ଅକ୍ଟୋବର ୧୧ ଜୟପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସାରା ରାଜ୍ୟରେ ବିଜେଡ଼ିର ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି । ତେଣୁ ମୟୂରଭଞ୍ଜ ଜିଲ୍ଲାର ସାରସକଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଵିଜାତଳା ବ୍ଳକର ଲୁହା ଶିଳା ପଞ୍ଚାୟତର କାକୁଡିରୁମା ଗ୍ରାମରେ ଆଜି ବିଜେଡ଼ିର ଜନସଂପର୍କ ପଦଯାତ୍ରା ବ୍ଳକ ସଭାପତି ମାଝିଆରାମ ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପଦଯାତ୍ରାରେ ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି,ପୂର୍ବତନ ବିଜାତଳା ବ୍ଳକ ଅଧ୍ୟକ୍ଷ ନିମାଇଁ ମୁର୍ମୁ, ବ୍ଳକ ଯୁବ ବିଜେଡ଼ି ସଭାପତି ଅତୁଲ ବେହେରା,ମହିଳା ନେତ୍ରୀ ରଶ୍ମିରେଖା ମହାନ୍ତ,ଵିଜାତଳା ସରପଞ୍ଚ ରାମଚନ୍ଦ୍ର ଟୁଡୁ,ସମେତ ଶତାଧିକ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟ,କୃଷକ,ଛାତ୍ର,ଦିବ୍ଯାଙ୍ଗ, ଗାଁ ମୁରବି ଯୋଗ ଦେଇଥିଲେ । ଆଦିବାସୀ ପାରଂପରିକ ଢୋଲ,ମାଦଳ ବଜାଇ ସରକାର ଙ୍କ ଯୋଜନା ସମ୍ବନ୍ଧରେ ଗାଁ ପରିଭ୍ରମଣ କରିଥିଲେ ।ପରେ ଆନନ୍ଦରେ ନୃତ୍ୟ କରିଥିଲେ ।
ନେତୃବୃନ୍ଦ କହିଥିଲେ ସରକାରଙ୍କ ବହୁବିଧ ଯୋଜନା ତଥା ମମତା ଯୋଜନା, ହରିଶ୍ଚନ୍ଦ୍ର ଯୋଜନା,କିଶୋରୀ ଯୋଜନା, ମଧୁବାବୁ ପେନସନ, ଗୋପବନ୍ଧୁ ଯୋଜନା,କଳାକାର ଭତ୍ତା,ଦଇଵ୍ଯଆଙ୍ଗ ଯୋଜନା,କାଳିଆ ଯୋଜନା, ଛାତ୍ରବୃତ୍ତି,ଶ୍ରମିକ କଲ୍ୟାଣ ଯୋଜନା,ଖାଦ୍ଯ ସୁରକ୍ଷା,ଆବାସ ଯୋଜନା,ବିଜୁ ସେତୁ,ଘରକୁ ଘର ପାଣି, ବିଜୁ ଜ୍ୟୋତି,ଐତିହାସିକ ବିଜୁ ସ୍ବାସ୍ଥ୍ୟ ଯୋଜନା, ବିଦ୍ୟାଳୟ , ହସ୍ପିଟାଲ ରୂପାନ୍ତିକରଣ,ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା, ବିପର୍ଯ୍ୟୟ ପରିଚାଳନା,ବିଶ୍ଵ ସ୍ତରୀୟ କ୍ରୀଡା,ପଛୁଆ ବର୍ଗ କଲ୍ୟାଣ ଯୋଜନା, ଆଦିବାସୀ କଲ୍ୟାଣ ଯୋଜନା,ମହିଳା ବିକାଶ,କୃଷି ଓ କୃଷକ ଉନ୍ନତିକରଣ,ବହୁ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଭଳି ବହୁ ଜନକଲ୍ଯାଣ ଯୋଜନା କରିଛନ୍ତି ।ତଦସହ ଏହି ସବୁ ଯୋଜନାରୁ ଯେଉଁମାନେ ବଂଚିତ ହୋଇଛନ୍ତି ସେମାନଙ୍କୁ ଚିହ୍ନଟ କରି ଯୋଜନାରୁ କିଭଳି ଉନ୍ନତି ହେବ ସେଥିପାଇଁ ସ୍ଥାନୀୟ ନେତୃବୃନ୍ଦ ଚେଷ୍ଟା କରିବେ ବୋଲି କହିଥିଲେ । ସେହିଭଳି ଅପରାହ୍ନରେ ଵିଜାତଳା ବ୍ଳକର ବଡଝରଣର ପଞ୍ଚାୟତର ଯୁଡିଆ ଏବଂ ଆମଡିହା ଗ୍ରାମରେ ଦଳ ତରଫରୁ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଳକ ବିଜେଡି ସଭାପତି ମାଝିଆରାମ ମାଝୀ, ବରିଷ୍ଠ ନେତାନିମାଇଁ ମୁର୍ମୁ, ବ୍ଳକ ଯୁବ ବିଜେଡି ସଭାପତି ବିଜୁ ବେହେରା,କୁସୁମୀ ବ୍ଳକ ଜିଲ୍ଲା ପରିଷଦ ସଦସ୍ୟ ରାମଚନ୍ଦ୍ର ମୁର୍ମୁ, ରଶ୍ମିରେଖା ମହାନ୍ତଙ୍କ ସମେତ ଶତାଧିକ ମହିଳା,ଛାତ୍ର ଯୁବକ,କୃଷକ,ଶ୍ରମିକ ଯୋଗ ଦେଇଥିଲେ ।ଗାଁ ପରିକ୍ରମା କରି ନବୀନ ସରକାରଙ୍କ ଯୋଜନା ଉପରେ ଲୋକମାନଙ୍କୁ ଅବଗତ କରାଇଥିଲେ ।