Onn 3

ଭାରତ ଆସିବା ପୂର୍ବରୁ ଦେଶ ସହ ତାଙ୍କର ସଂଯୋଗକୁ ନେଇ ଗର୍ବ କରୁଥିବା କହିଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ

National & International State

sunak

ନୂଆଦିଲ୍ଳୀ: ଆଗକୁ ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ। ତା’ପୂର୍ବରୁ ସେ ‌ଏକ ବଡ଼ ବୟାନ ଦେଇଛନ୍ତି। ସୁନକ କହିଛନ୍ତି ଯେ ସେ ନିଜର ଭାରତୀୟ ସଂଯୋଗକୁ ନେଇ ଗର୍ବ ଅନୁଭବ କରନ୍ତି। ନ୍ୟୁଜ୍‌ ଏଜେନ୍ସି ପିଟିଆାଇକୁ ନିଜର ସାକ୍ଷାତ୍‌କାର ଦେଇ ସେ ଆହୁରି ବି କହିଛନ୍ତି ୨୦୨୩ ମସିହା ଭାରତ ପାଇଁ ଏକ ସ୍ବତନ୍ତ୍ର ବର୍ଷ। ସେ ଏବର୍ଷ ଭାରତକୁ ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭେଟ ହୋଇ ବୈଷୟିକ ଆହ୍ବାନ ଏବଂ ଏଥିରେ ଭାରତ-ବ୍ରିଟେନ୍‌ର ଗୁରୁତ୍ବ ବିଷୟରେ କଥା ହେବେ।

ଭାରତ-ବ୍ରିଟେନ୍‌ ବେପାର ବୁଝାମଣାକୁ ନେଇ ସୁନକ କହିଛନ୍ତି କି ଦୁଇ ଦେଶ ଅଧିକ ନିଯୁକ୍ତି ସହ ଗ୍ରାହକଙ୍କ ସୁବିଧା ଉପରେ ଗୁରୁତ୍ବ ଦେବ। ଏହା ଦୁଇ ଦେଶ ମଧ୍ୟର ସଂପର୍କକୁ ଅଧିକ ମଜବୁତ୍‌ କରିବ। ଜି-୨୦ସମ୍ମିଳନୀକୁ ସଫଳ କରିବା ପାଇଁ ଭାରତ ପକ୍ଷରୁ କରାଯାଉଥିବା ଚେଷ୍ଟାରେ ବ୍ରିଟେନ୍‌ ବି ପୂର୍ଣ୍ଣ ସମର୍ଥନ ଦେବ ବୋଲି ଋଷି ସୁନକ କହିଛନ୍ତି।

ଆପଣ ଜାଣିଥିବେ ଯେ ଋଷି ସୁନକ ‌ହେଉଛନ୍ତି ୭୩୦ ନିୟୁତ ପାଉଣ୍ଡ୍‌ ମୂଲ୍ୟର ବ୍ୟକ୍ତିଗତ ସମ୍ପତ୍ତି ଥିବା ବିଶ୍ବର ଅନ୍ୟତମ ବିତ୍ତଶାଳୀ ବିଲିୟନାରିଙ୍କ ମଧ୍ୟରେ ଅନ୍ୟତମ ନାରାୟଣ ମୂର୍ତ୍ତିଙ୍କ ଜ୍ବାଇଁ। ସୁନକ ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ୨୦୦୯ ମସିହାରେ ବାହା ହୋଇଥିଲେ। ବାହା ହେବା ପରେ ପରେ ଋଷି ସୁନକ ଖୁବ୍‌ ଶୀଘ୍ର ଉନ୍ନତି ପଥରେ ଅଗ୍ରସର ହୋଇଥିଲେ।

ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମଧ୍ୟ ଜଣେ କ୍ଷମତାଶାଳୀ ମହିଳା। ଭାରତରୁ ଯାଇଥିବା ତାଙ୍କ ପିତାମାତା କୋଟି କୋଟି ଟଙ୍କା ମୂଲ୍ୟର ‘ଇମ୍ଫୋସିସ୍‌ ଟେକ୍‌ କମ୍ପାନି’ର ମାଲିକ। ୪୨ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିବା ଋଷି ଆଧୁନିକ ଇଂଲଣ୍ଡ ଇତିହାସରେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ। ମାତ୍ର ୭ ବର୍ଷ ସାଂସଦ ହୋଇ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି।


Post Views: 12