Download

ଅଗଷ୍ଟ ୧୫ରୁ ଓଡ଼ିଶାରେ ବନ୍ଦ ହୋଇଯିବ କି ମଦ ଦୋକାନ !

State

ଭୁବନେଶ୍ୱର: ସ୍ୱାଧୀନତା ଦିବସରୁ ସାରା ରାଜ୍ୟରେ ସବୁ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ହୋଇଯିବ ବୋଲି ଗୋଟିଏ ପୋଷ୍ଟ ଭାଇରାଲ ହୋଇଥିଲା | ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ଏହି ପୋଷ୍ଟ ସତରେ କଣ କାର୍ଯ୍ୟକାରୀ ହେବ | ଏହି ପୋଷ୍ଟ ଭାଇରାଲ ହେବା ପରେ ଏବେ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଆସିଛି | ବାସ୍ତବରେ ଏକ ଫଟୋ ଭାଇରାଲ ହୋଇଥିଲା ଯେ ନବନିର୍ବାଚିତ ମୋହନ ସରକାର ଆସନ୍ତା ସ୍ୱାଧୀନତା ଦିବସରୁ ସ୍ୱାଧୀନତା ଦିବସରୁ ସାରା ରାଜ୍ୟରେ ସବୁ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ କରିଦେବେ |
ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆଲୋଚନା ଜୋର ଧରିଥିଲା | ବିଶେଷ କରି ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ମୁଣ୍ଡକୁ ଚିନ୍ତା ଘାରିଥିଲା ଯେ ଏବେ କଣ କରିବେ | ତେବେ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି | ବିଭାଗ ପକ୍ଷରୁ କୁହାଯାଇଛି ଯେ, ‘ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଏହିଭଳି ଫେକ୍ ନ୍ୟୁଜ୍ ପ୍ରତି ସଚେତନ ରୁହନ୍ତୁ। ସବୁବେଳେ ସରକାରୀ ସୂତ୍ରରୁ ପ୍ରଦତ୍ତ ତଥ୍ୟ ଉପରେ ଗୁରୁତ୍ବ ଦିଅନ୍ତୁ। ଏହିଭଳି ମିଥ୍ୟାଗୁଜବ ପ୍ରସାରଣରୁ ନିବୃତ୍ତ ରୁହନ୍ତୁ। ଏହା ବେଆଇନ ଅଟେ’।