Cm 1718462356

ବିଭାଗ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

State

ଭୁବନେଶ୍ବର : ରାଜ୍ୟରେ ନୂଆ ସରକାର ଗଠନ ହେବାର ୩ ଦିନ ପରେ ଆଜି ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ନିଜ ପାଖରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ସହିତ ସାଧାରଣ ପ୍ରଶାସନ, ସୂଚନା ଓ ଲୋକସମ୍ପର୍କ, ଜଳ ସମ୍ପଦ, ଯୋଜନା ଓ ସଂଯୋଜନ ବିଭାଗକୁ ନିଜ ପାଖରେ ରଖିଛନ୍ତି।
ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓଙ୍କୁ କୃଷି ଓ କୃଷକ ସଶକ୍ତୀକରଣ ଏବଂ ଶକ୍ତି ବିଭାଗ ଦିଆଯାଇଛି। ସେହିପରି ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗ ଦିଆଯାଇଛି।
ସୁରେଶ ପୂଜାରୀ- ରାଜସ୍ୱ, ବିପର୍ଯ୍ୟୟ ପରିଚାଳନା
ରବି ନାୟକ- ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ
ନିତ୍ୟାନନ୍ଦ ଗଣ୍ଡ- ବିଦ୍ୟାଳୟ ଓ ଗଣଶିକ୍ଷା, SC/ST ଉନ୍ନୟନ, ସଂଖ୍ୟାଲଘୁ
କୃଷ୍ଣଚନ୍ଦ୍ର ପାତ୍ର- ଖାଦ୍ୟ ଯୋଗାଣ, ବିଜ୍ଞାନ ଓ ପ୍ରଯୁକ୍ତି
ପୃଥ୍ୱୀରାଜ ହରିଚନ୍ଦନ- ଆଇନ୍, ପୂର୍ତ୍ତ, ଅବକାରୀ
ମୁକେଶ ମହାଲିଙ୍ଗ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର
ବିଭୂତି ଭୂଷଣ ଜେନା- ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି
କୃଷ୍ଣଚନ୍ଦ୍ର ମହାପାତ୍ର- ଗୃହ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ
ଗଣେଶରାମ ସିଂଖୁଣ୍ଟିଆ- ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ
ସୂର୍ଯ୍ୟବଂଶୀ ସୂରଜ- ଉଚ୍ଚଶିକ୍ଷା, କ୍ରୀଡ଼ା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି
ପ୍ରଦୀପ ବଳସାମନ୍ତ- ସମବାୟ, ହସ୍ତତନ୍ତ
ଗୋକୁଳାନନ୍ଦ ମଲ୍ଲିକ- ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, MSME