Onn 3

ଵଡାମତଳିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

State

ବାରିପଦା: ସମଗ୍ର ରାଜ୍ୟରେ ଅକ୍ଟୋବର ୨ ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଵିଜାତଳା ବ୍ଳକର ବଡାମତଳିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗ୍ରାମାଞ୍ଚଳ ଥାନା ପକ୍ଷରୁ ସାଇବର ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଵିଜାତଳା ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାର ନେପଲ ମୁଣ୍ଡା, ଗ୍ରାମାଞ୍ଚଳ ଥାନା ଅଧିକାରୀ ନୀରଦ ମଲ୍ଲିକ, ବ୍ୟାଙ୍କ ଅଫ ଇଣ୍ଡିଆ ଅଧିକାରୀ ରାମ ମାରାଣ୍ଡି , ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନୀ ମୋଦି,ଏଏସଆଇ ମଧୁସୂଦନ ଦତ୍ତ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିଗଣ କହିଥିଲେ ସମାଜ ଯେତେ ପ୍ରଗତିର ସୋପାନ ଚଢିଲେ ମଧ୍ୟ ବିନାଶ ମଧ୍ୟ ସେତିକି ପାଦ ଆଗେଇ ଚାଲିଛି । ସାଂପ୍ରତିକ ପରିସ୍ଥିତିରେ ମଣିଷ ସମାଜରେ ସାଇବର ଅପରାଧ ଚ୍ୟାଲେଞ୍ଜ ରୂପେ ଉଭା ହୋଇଛି ।ଯାହାକି ପୀଡ଼ିତା,ପ୍ରଶାସନ ଏବଂ ପୋଲିସର ତଥା ବ୍ୟଥାର କାରଣ ହୋଇଛି ।ସାଇବର ଅପରାଧ ଉପରେ ବିଭିନ୍ନ ତଥ୍ୟ ଓ ସତର୍କତା ମୂଳକ ବାର୍ତ୍ତା ଉପରେ ଅବଗତ କରାଇଥିଲେ ।

ବିଶେଷତଃ ଅନ୍ ଲାଇନରେ ଠକାମୀ ବୃଦ୍ଧି ପାଉଛି ।ମଣିଷର ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ଜୀବନ ଓ ଧନ ।ନିଜର କଷ୍ଟ ଉପାର୍ଜିତ ଅର୍ଥକୁ ନିମିଷେ ମାତ୍ରକେ ଉଭାନ କରି ନେଉଛନ୍ତି ସାଇବର ଠକ।ଆଇନକୁ ସେମାନଙ୍କର ଭୂକ୍ଷେପ ନାହିଁ । ଆପଣଙ୍କ ଅର୍ଥ ନେଇଗଲେ ଆପଣ କାଙ୍ଗାଳ ହେବା ସହ ସପରିବାର ଆର୍ଥିକ ସର୍ବନାଶ ହୋଇଯିବ । ତେଣୁ ସାଇବର ଠକଙ୍କ ଠାରୁ ଯେକୌଣସି କଲେ ଆସିଲେ ଭାବିଚିନ୍ତି ଫୋନ ବ୍ୟବହାର କରନ୍ତୁ ଏବଂ ଓଟିପି ନମ୍ବର ଆଦୌ ଦିଅନ୍ତୁ ନାହିଁ ।ଓଟିପି ନମ୍ଵର ଦେଲେ ଆପଣ ନିଜ ପାଇଁ ଚିତା କାଟିବେ ।! ଫେସବୁକ୍ ,ଇନଷ୍ଟାଗ୍ରାମ,ଓ୍ବାଟସ୍ ଆପ୍, ପରି ସୋସିଆଲ ମିଡ଼ିଆ,ମେସେଜିଂ ଆପ୍ ମାଧ୍ଯମରେ ଟଙ୍କା ମାଗୁଥିଲେ ଵ୍ଯକ୍ତିମାନଙ୍କୁ ଟଙ୍କା ଦେବା ପୂର୍ବରୁ ସେହି ବ୍ୟକ୍ତିଙ୍କୁ କଲ୍ କରି ଘଟଣାର ସତ୍ୟାସତ୍ୟ ଯାଞ୍ଚ କରନ୍ତୁ ।ଫୋନ ପେ,ଗୁଗଲ ପ୍ଲେ,ପେଟିଏମ ପରି ୟୁପିଆଇ ରୁ ପାଇଥିବା ଲିଙ୍କ କୁ କ୍ଳିକ କରନ୍ତୁ ନାହିଁ । ଲୋକଙ୍କ ଧନ ଓ ଜୀଵନ ସୁରକ୍ଷା ପାଇଁ ରାଜ୍ୟ ସରକାର ଜନସାଧାରଣଙ୍କ ମଧ୍ୟରେ ସାଇବର ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।ନିଜେ ସଚେତନ ହେବା ସହ ନିଜର ପଡ଼ୋଶୀ ମାନଙ୍କୁ ସଚେତନ କରାଇବା ଏହାର ମୂଳ ଉଦ୍ଦେଶ୍ୟ ବୋଲି ଅତିଥି ଗଣ କହିଥିଲେ ।କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ,ଶିକ୍ଷକ, ଶିକ୍ଷୟତ୍ରୀ ଯୋଗ ଦେଇ ସାଇବର ଉପରେ ସମ୍ୟକ ଜ୍ଞାନ ଗ୍ରହଣ କରିଥିଲେ ।