Saroj 3

ଅବସରପ୍ରାପ୍ତ ସେନା କର୍ମଚାରୀ ଗିରଫ, ୩ ଥର ପୋଲିସ ଉପରକୁ କରିଥିଲେ ମରଣାନ୍ତକ ଆକ୍ରମଣ

Crime State

ବାଙ୍କୀ : କାବୁ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ । ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ଦାସଙ୍କୁ କାବୁ କଲା ପୋଲିସ । ୩ ଥର ପୋଲିସ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ ସରୋଜ ଦାସ। ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିଲେ ସରୋଜ। କଟକ ତାଳବସ୍ତ ଫାଣ୍ଡି ପଦନପୁର ଗାଁ ନିକଟରୁ ସରୋଜଙ୍କୁ କାବୁ କରିଛି ପୋଲିସ । ବିଭିନ୍ନ ସ୍ଥାନରେ ସରୋଜଙ୍କୁ ଧରିବା ପାଇଁ ପୋଲିସ ଚଢାଉ କରୁଥିଲା । ହେଲେ ସବୁବେଳେ ସରୋଜ ଚକମା ଦେଇ ଫେରାର ହୋଇ ଯାଉଥିଲେ। ପଦନପୁର ବାଲିତଇଲା ଶବର ସାହିରେ ଲୁଚି ଶୋଇଥିବା ଅବସ୍ଥାରେ ତାଙ୍କୁ କାବୁ କରିଛି ପୋଲିସ। ସରୋଜ ଦାସ ପ୍ରଥମେ ବାଙ୍କୀ ବଜାରରେ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିଥିଲେ।

ପୋଲିସ ତାଙ୍କ ଅଟକାଇବା ବେଳେ ଜଣେ ସବ ଇନସପେକ୍ଟରଙ୍କୁ ଆକ୍ରମଣ କରିଥିଲେ । ପରେ ସେପ୍ଟେମ୍ବର ୫ ତାରିଖରେ ହରିରାଜପୂର୍ ପଡ଼ିଆରେ ସଭା ଚାଲିଥିବା ବେଳେ ଜଣେ ମହିଳା ସବ ଇନ୍ସପେକ୍ଟରଙ୍କୁ ଆକ୍ରମଣ କରିଥିଲେ । ପୁଣି ଅକ୍ଟୋବର ୨୨ତାରିଖରେ ଆଦିମାତା ଛକ ନିକଟସ୍ଥ ଏକ ବ୍ୟାଙ୍କ ସମ୍ମୁଖରେ ତାଙ୍କୁ ଧରିବାକୁ ଯାଇଥିବା ସବ ଇନ୍ସପେକ୍ଟର ସମ୍ବିତ ବିଶ୍ଵାଳ ଓ କନଷ୍ଟେବଳ ରଜତ କରଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରି ଲହୁ ଲୁହାଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିଲା । ସେହିଦିନଠାରୁ ପୋଲିସକୁ ଚକମା ଦେଇ ବୁଲୁଥିବା ସରୋଜଙ୍କୁ ଶୋଇଥିବା ଅବସ୍ଥାରେ କାବୁ କରିଛି ପୋଲିସ ।