Onn 3

ଉଜ୍ୱଳା ଯୋଜନା ଏଲପିଜି ସିଲିଣ୍ଡର ଉପରେ ସବସିଡି ବୃଦ୍ଧି

National & International State

gas

ନୂଆଦିଲ୍ଲୀ: ପାର୍ବଣ ଋତୁରେ ମୋଦି ସରକାର ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ଏକ ବଡ ଉପହାର ଦେଇଛନ୍ତି । ସେମାନଙ୍କୁ ଏଲପିଜି ସିଲିଣ୍ଡର ପିଛା ୨୦୦ ବଦଳରେ ୩୦୦ ଟଙ୍କାର ସବସିଡି ମିଳିବ । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କ୍ୟାବିନେଟ ବୈଠକରେ କହିଛନ୍ତି ଯେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ଦିଆଯାଉଥିବା ୨୦୦ ଟଙ୍କାର ସବସିଡିକୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । କେନ୍ଦ୍ର କ୍ୟାବିନେଟ ରକ୍ଷାବନ୍ଧନ ଏବଂ ଓନମ ଅବସରରେ ଏଲପିଜିରେ ୨୦୦ ଟଙ୍କା ହ୍ରାସ ଘୋଷଣା କରିଥିଲେ। ଆଜି ଉଜ୍ଜଳାର ହିତାଧିକାରୀଙ୍କୁ ୨୦୦ଟଙ୍କାରୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ଆଗକୁ ୫ଟି ରାଜ୍ୟରେ ନିର୍ବାଚନ ଥିବାରୁ ସରକାର ଏଲପିଜି ସିଲିଣ୍ଡର ଉପରେ ସବସିଡି ବଢାଇ ଦେଇଛନ୍ତି । ତେବେ ଏହାର ସୁବିଧା କେବଳ ଉଜ୍ଜଳା ହିତାଧିକାରୀମାନଙ୍କୁ ମିଳିବ ନାହିଁ । କିନ୍ତୁ ଉଜ୍ଜଳା ଯୋଜନାର ସୁଫଳ ପାଉନଥିବା ସାଧାରଣ ମଧ୍ୟବିତ୍ତ  ବର୍ଗ ଏହି ସବସୀଡିର କୌଣସି ଲାଭ ପାଇବେ ନାହିଁ ।

ଅନୁରାଗ ଠାକୁର ଆହୁରି କହିଛନ୍ତି ଯେ ଭାରତ ହଳଦୀର ସବୁଠାରୁ ବଡ଼ ଉତ୍ପାଦନକାରୀ ଏବଂ ଉପଭୋକ୍ତା । ହଳଦୀ ରପ୍ତାନି ପାଇଁ ୮୪୦୦ କୋଟି ଟଙ୍କାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ସେଣ୍ଟ୍ରାଲ୍ ଟର୍ମରିକ୍ ବୋର୍ଡ ( କେନ୍ଦ୍ରୀୟ ହଳଦୀ ବୋର୍ଡ) ଗଠନକୁ ମଞ୍ଜୁରି ମିଳିଛି। ଉତ୍ତର କୋଏଲ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ପାଇଁ ୨୪୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହାଦ୍ୱାରା ବିହାରର ଔରଙ୍ଗାବାଦ, ଝାଡ଼ଖଣ୍ଡର ଗଡ଼ୱା ଓ ପାଲାମୁ ଉପକୃତ ହେବେ।