Onn 3

ପାସ କରିନଥିବା ଛାତ୍ରଛାତ୍ରୀ ପାଇଛନ୍ତି ପିଏମ୍ଏସ୍ ଯୋଜନାର ଲାଭ, ସିଏଜି ଖୋଲିଲେ ଦୁର୍ନୀତିର ଚିଠା

State

 

5

ଭୁବନେଶ୍ୱର: ଓଡ଼ିଶାରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଅଧୀନରେ ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି (ପିଏମ୍ଏସ୍) ଯୋଜନାର କାର୍ଯ୍ୟ କାରିତାରେ ଦୁର୍ନୀତି ଓ ଜାଲିଆତି ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଭାରତର ମହାଲେଖା ନିୟନ୍ତ୍ରକ (ସିଏଜି)। ସିଏଜି ଜାଣିବାକୁ ପାଇଛନ୍ତି ଯେ ୨୦୧୬-୧୭ ଏବଂ ୨୦୧୬-୨୦. ଆର୍ଥିକ ବର୍ଷରେ ଅଯୋଗ୍ୟ ସଂସ୍ଥାଗୁଡ଼ିକୁ ୧୫.୭୯ କୋଟି ଟଙ୍କାର ପିଏମ୍ଏସ୍ ପ୍ରଦାନ କରାଯାଇଛି। ସିଏଜି ଏହା ମଧ୍ୟ ଜାଣିବାକୁ ପାଇଛନ୍ତି ଯେ ପାଠପଢ଼ା ବନ୍ଦ କରିଥିବା ଛାତ୍ରଛାତ୍ରୀଙ୍କୁ ପିଏମ୍ଏସ୍ ପ୍ରଦାନ କରାଯାଇଛି।

ମୟୂରଭଞ୍ଜ ଜିଲ୍ଲାରେ ଥିବା ସକୁନ୍ତଳା ସୁଦର୍ଶନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏସ୍ଏସ୍ଆଇଟି)ରେ ତିନି ବର୍ଷିଆ ଡିପ୍ଲୋମା ପାଠ୍ୟକ୍ରମ ଚାଲୁଥିବା ବେଳେ ୨୦୧୬-୨୦ ମଧ୍ୟରେ ୧୩୬୯ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି।

ଅଡିଟ୍ ୨୦୧୬-୧୯ ଓ ୨୦୧୭-୨୦ ବ୍ୟାଚର ସେମିଷ୍ଟାର୍ ରେଜଲ୍ଟକୁ ଅନୁଧ୍ୟାନ କରି ଜାଣିବାକୁ ପାଇଛି ଯେ, ଯଥାକ୍ରମେ ୧୩୮ ଓ ୧୪୨ ଜଣ ଛାତ୍ରଛାତ୍ରୀ ସେମାନଙ୍କ ଚୂଡ଼ାନ୍ତ ପରୀକ୍ଷାରେ କୃତକାର୍ଯ୍ୟ ହୋଇନାହାନ୍ତି ଏହାପୂର୍ବରୁ ସେମାନେ ପାଠପଢ଼ା ବନ୍ଦ କରିଦେଇଛନ୍ତି। କିନ୍ତୁ ସେମାନଙ୍କୁ ପିଏମ୍ଏସ୍ ବାବଦରେ ୨ କୋଟି ୩୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଓଡ଼ିଶା ସରକାର ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଉପୟୁକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅପବ୍ୟୟ ହୋଇଥିବା ଅର୍ଥ ଆଦାୟ କରିବାକୁ ସିଏଜି ସୁପାରିସ କରିଛନ୍ତି। ପିଏମ୍ଏସ୍ ଯୋଜନାର କାର୍ଯ୍ୟକାରିତାରେ ହେଉଥିବା ଠକେଇ ଓ ଦୁର୍ନୀତିକୁ ରୋକିବା ପାଇଁ ଓଡ଼ିଶା ସରକାର ସଂଶୋଧନମୂଳକ ପଦକ୍ଷେପ ନେବାକୁ ସିଏଜି ସୁପାରିସ କରିଛନ୍ତି।