Onn 3

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

State

ବାରିପଦା: ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ମୟୁରଭଞ୍ଜ ଜ଼ିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ଙ୍କ ଅଧ୍ୟକ୍ଷତା ରେ ଜ଼ିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି |ପ୍ରାରମ୍ଭ ରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଶ୍ୱରାଜ ବେହେରା ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ସହ ସଡ଼କ ସୁରକ୍ଷା ସମ୍ପର୍କିତ ଜୁନ ଓ ଜୁଲାଇ -2023 ମାସର ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ | ଉକ୍ତ ବିବରଣୀ ଅନୁଯାଇ ଆର ଟି ଓ ଙ୍କ ଦ୍ୱାରା ପ୍ରବର୍ତ୍ତନ ଜରିଆରେ ଯାଞ୍ଚ କରାଯାଇ ସଡ଼କ ଦୁର୍ଘଟଣା ପ୍ରତିରୋଧ ସମ୍ପର୍କିତ ବିଭିନ୍ନ ଆଇନ ଉଲଂଘନକାରୀ ଗାଡି ଚାଳକଙ୍କୁ ଯଥା ଦ୍ରୁତ ଗତି ଗାଡି ଚାଳନା ପାଇଁ 1738 ଜଣ, ବିନା ହେଲମେଟ ରେ 1780 ଜଣ, ବିନା ସିଟ ବେଲ୍ଟ ରେ 897 ଜଣ, ମୋବlଇଲ ଫୋନ ବ୍ୟବହାର ପାଇଁ 82 ଜଣ, ନିଶାଶକ୍ତ ହୋଇ ଗାଡି ଚାଳନା ପାଇଁ 85 ଜଣ, ଓଭର ଲୋଡିଙ୍ଗ ପାଇଁ 31 ଜଣ, ଟ୍ରିପଲ ରାଇଣ୍ଡିଙ୍ଗ ପାଇଁ 167 ଜଣ, ଭୁଲ ପାର୍ଶ୍ୱରେ ଗାଡି ଚାଳନା ପାଇଁ 119 ଜଣ, କିଶୋର ବୟସ୍କ ଡ୍ରାଇଭିଂ ପାଇଁ 3 ଜଣ, ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ରେ ଭୁଲ ସ୍ଥାନରେ ପାର୍କିଙ୍ଗ ପାଇଁ 227 ଜଣ, ମୋଟର ଯାନ ଆଇନ ର ଧାରା VII ଉଲଘଂନ ପାଇଁ 18 ଜଣ ଓ ଅନ୍ୟାନ୍ୟ କେଶ ରେ 1649 ଜଣଙ୍କୁ ଧରାଯାଇ 6636 ଟି ଇ ଚାଲାଣ ମାଧ୍ୟମ ରେ 543 ଟି ଡ୍ରାଇଭିଂ ଲାଇସେନ୍ସ କାର୍ଯ୍ୟଚ୍ୟୁତ ପାଇଁ ଜବଦ ସହିତ 16 ଟି ଯାନ କୁ ସିଜ କରାଯାଇ ମୋଟ 108 |66 ଲକ୍ଷ ଜରିମାନା ଆଦାୟ ହୋଇଛି ବୋଲି ଉଲ୍ଲେଖ କରିଥିଲେ | ସେହିପରି ପୋଲିସ ବିଭାଗ ତରଫରୁ ତନଖି କରାଯାଇ ଗାଡି ଚାଳନା ସମୟରେ ଦ୍ରୁତ ଗତି ରେ ଗାଡି ଚାଳନା ପାଇଁ 534 ଜଣ, ବିନା ହେଲମେଟ ପାଇଁ 11516 ଜଣ, ବିନା ସିଟବେଲ୍ଟ ପାଇଁ 1555 ଜଣ, ମୋବlଇଲ ଫୋନ ବ୍ୟବହାର ପାଇଁ 515 ଜଣ, ନିଶାଶକ୍ତ ହୋଇ ଗାଡି ଚାଳନା ପାଇଁ 77 ଜଣ, ମାଲବାହି ଯାନ ରେ ଯାତ୍ରୀ ପରିବହନ ପାଇଁ 88 ଜଣ, ଭୁଲ ପାର୍କିଙ୍ଗ ପାଇଁ 1852 ଜଣ ଙ୍କୁ ଧରା ଯାଇ 422 ଟି ଡ୍ରାଇଭିଂ ଲାଇସେନ୍ସ ଜବଦ କରାଯାଇ କାର୍ଯ୍ୟାଚ୍ୟୁତ ପାଇଁ ଆର ଟି ଓ ଙ୍କ ପାଖକୁ ପଠାଯିବା ସହିତ 135 |75 ଲକ୍ଷ ଜରିମାନା ଆଦାୟ ହୋଇଛି | ସେହିପରି ଏଇ ଦୁଇ ମାସରେ ଘଟିଥିବା 100 ଟି ସଡ଼କ ଦୁର୍ଘଟଣା ରେ 56 ଜଣ ମୃତ୍ୟୁ ବରଣ କରିଛନ୍ତି ବୋଲି ଉଲ୍ଲେଖ କରିଥିଲେ |

ଜିଲ୍ଲାପାଳ ଉକ୍ତ ବିବରଣୀ ର ସମୀକ୍ଷା ପୂର୍ବକ ସଡ଼କ ଦୁର୍ଘଟଣା କୁ ରୋକିବା ପାଇଁ ଜାତୀୟ ରାଜପଥ ନମ୍ବର 220, 18,49 ରେ ବ୍ଲାକ ସ୍ପଟ ଚିହ୍ନିତ ସଡ଼କ ର ତୁରନ୍ତ ପ୍ରତିକାର କରିବା ପାଇଁ ଜାତୀୟ ରାଜପଥ କତୃପକ୍ଷ ଙ୍କୁ ନିର୍ଦେଶ ଦେଇଥିବା ବେଳେ ରାଜ୍ୟ ରାଜପଥ ନମ୍ବର 53,61ଓ 19 ରେ ବ୍ଲାକ ସ୍ପଟ ଚିହ୍ନିତ ସଡ଼କ ର ମରାମତି ଦିଗରେ ପଦକ୍ଷେପ ନେବାପାଇଁ ରାଜ୍ୟ ରାଜପଥ କତୃପକ୍ଷ ଙ୍କୁ ନିର୍ଦେଶ ଦେଇଥିଲେ |ଜାତୀୟ ରାଜପଥ ର ଉଭୟ ପାର୍ଶ୍ଵ ରେ ଢ଼ାବା ଇତ୍ୟାଦି ମାନଙ୍କ ଦ୍ୱାରା ହେଉଥିବା ବେଆଇନ ଅବରୋଧ କୁ ଉଛେଦ ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ |ଏଥିସହିତ ରାଜପଥ କୁ ସଂଲଗ୍ନ ହୋଇଥିବା ବିଦ୍ୟାଳୟ ଗୁଡିକ ର ଏକ ତାଲିକା ପ୍ରସ୍ତୁତ କରିବା ପାଇଁ ଜ଼ିଲ୍ଲା ଶିକ୍ଷାଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ |

ଏହି ଅବସରରେ ସଡ଼କଦୁର୍ଘଟଣା ରେ ଆହତ ଙ୍କ ପ୍ରାଣ ରକ୍ଷା କରିଥିବା 5 ଜଣ ସହୃଦୟ ବ୍ୟକ୍ତି ଙ୍କୁ ଜ଼ିଲ୍ଲାପାଳ ସେମାନଙ୍କ ମହତ ସେବା ଓ ମାନବିକତା ପାଇଁ ମାନପତ୍ର ସହିତ 2000/-ରାଶି ର ଚେକ ପ୍ରଦାନ କରି ଉତ୍ସାହିତ କରିଥିଲେ | ଆଜିର ଅନୁଷ୍ଠିତ ବୈଠକ ରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଉମାଶଙ୍କର ମହାରଣା, ବାରିପଦା ପୌରପାଳିକା ନିର୍ବାହୀ ଅଧିକାରୀ ଶ୍ରୀ ବସନ୍ତ କୁମାର ସେଠୀ, ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର କହଁର ପ୍ରମୁଖ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ କତୃପକ୍ଷ ଓ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ |