Onn 3

ବନ୍ତ ବ୍ଲକ ବଡ଼ମହିଁଷଗୋଠ ପଂଚାୟତରେ ବିଜେଡି ର ଜନସମ୍ପର୍କ ପଦଯାତ୍ରା

Politics State

ଆଗରପଡ଼ା: ସୋମବାର ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବିଜେଡ଼ି ପକ୍ଷରୁ ଜନସମ୍ପର୍କ ପଦଯାତ୍ରାର ଣୁଭାରମ୍ଭ ହୋଇଛି । ଏହି ଅବସରରେ ବନ୍ତ ବ୍ଲକ ବଡ଼ମହିଁଷଗୋଠ ପଂଚାୟତରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାରେ ବିଧାୟକ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲ, ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଯେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ଜିଲ୍ଲା ପରିଷଦ ସଭ୍ୟା ରୁନୀତା ଦାସ, ବ୍ଲକ ଯୁବ ବିଜେଡ଼ି ସଭାପତି ସତ୍ୟସାଧନ ବେଜ, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ବିପିନ ନାୟକ, ପୁରୁଷଣ୍ଢ ସେବା ସମବାୟ ସମିତି ସଭାପତି ପ୍ରଶାନ୍ତ ଦାଶ, ସରପଂଚ ବିନୋଦିନୀ ମହାନ୍ତି, ସମିତିସଭ୍ୟା ପଦ୍ମାବତୀ ନାଥଶର୍ମା, ପଂଚାୟତ ସଭାପତି କାହ୍ନୁଚରଣ ଦାସ, ଯୁବ ନେତା ଦିପକ ମହାନ୍ତିଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇଥିଲେ ।