Onn 3

ଓଡ଼ିଶାରେ ବଢ଼ିବ ଶୀତର ପ୍ରକୋପ; ୩ ରୁ ୫ ଡିଗ୍ରୀ ପାରଦ ଖସିବା ପୂର୍ବାନୁମାନ

State

IMAGE_1666852443

ଭୁବନେଶ୍ୱର, ୯।୧୨: ସାମୁଦ୍ରିକ ଝଡ଼ ମିଗ୍‍ଜୋମ୍‍ ଅପସରି ଯାଇଥିବାବେଳେ ତାପମାତ୍ରା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାତ୍ରି ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିଯିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଫଳରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ ।

ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୧ ଦଶମିକ ୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ଆଜିଠାରୁ ରାଜ୍ୟରେ କୋହଲା ପାଗ ବଦଳିବା ସହିତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ କୁହୁଡ଼ି ଦୃଶ୍ୟମାନ ହୋଇଛି ।