Onn 3

ଜୟସିଙ୍ଗପୁର ଗାଁ ରାସ୍ତା ଶୋଚନୀୟ

State

ଆଗରପଡ଼ା:ବନ୍ତ ବ୍ଲକ ବଡବର୍ଚ୍ଚିକୟାଁ ପଂଚାୟତ ଅର୍ନ୍ତଗତ ଜୟସିଙ୍ଗପୁର ଗାଁ ସ୍ୱାଧିନତାର ବହୁ ବର୍ଷ ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧିମାନଙ୍କ ନଜର ଆଡ଼ୁଆଳରେ ରହିଯାଇଛି । ଏହି ଗାଁ କୁ ଆଜିଯାଏ ଭଲ ରାସ୍ତାଟିଏ ନିର୍ମାଣ ହୋଇନପାରିବା ବଡ ଦୁôôଃଖ ଓ ଅନୁତାପର ବିଷୟ ଅଟେ । ଭଲ ରାସ୍ତାଟିଏ ନଥିବାରୁ ଗାଁ ଲୋକମାନେ ନାନାଦି ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି । ଏହି ଗାଁରେ ପାଖାପାଖି ୩ଶହ ଲୋକ ବସବାସ କରିଥାନ୍ତି । ଅଙ୍ଗନୱାଡ଼ି ଆଦି ଅନୁଷ୍ଠାନମାନ ଏଠାରେ ରହିଛି । ଛୋଟ ଛୋଟ କୋମଳମତୀ ପିଲାମାନେ ଅଧ୍ୟୟନ କରିବାକୁ ସ୍କୁଲ କିମ୍ବା ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସିବା ପାଇଁ ନାନଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଆମ୍ବୁଲାନ୍ସ ରାସ୍ତା ଦୁରାବସ୍ଥା ପାଇଁ ଆସିପାରୁ ନଥିବାରୁ ଗୁରୁତର ରୋଗୀମାନେ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ପହଞ୍ଚିବାକୁ ଅହେତୁକ ବିଳମ୍ବ ଘଟୁଛି । ଦମକଳ ମଧ୍ୟ ଆସିପାରୁ ନଥିବାରୁ ଅଗ୍ନିକାଣ୍ଡ ପରି ଦୁର୍ଘଟଣା ଆୟତ୍ତ କରିବା ଅସମ୍ଭବ ହୋଇପଡ଼ୁଛି । ଏଥିଯୋଗୁଁ ବ୍ୟାପକ ଭାବେ ଧନ ଜୀବନ ହାନୀ ଘଟୁଛି । କାଦବରାଙ୍ଗ ସ୍ଥିତ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାକୁ ଏହି ଗାଁ ରାସ୍ତା ଟି ସଂଯୋଗ କରୁଛି । ବର୍ତ୍ତମାନ ମାଟି ରାସ୍ତା ପୁରାପୁରି ନଷ୍ଟ ହୋଇଯାଇଛି । ଖାଲଖମାରେ ଭର୍ତ୍ତି ଏହି ରାସ୍ତାଟି ଅତି ସଂକୀର୍ଣ୍ଣ ଥିବାରୁ ସାଇକେଲଟିଏ ମଧ୍ୟ ସୁବିଧା ଭାବେ ଯାଆଆସ କରିପାରୁନାହିଁ । ଅସରାୟ ବର୍ଷାରେ ଯିବା ଆସିବା ଆଦୌ ସମ୍ଭବପର ହୋଇପାରୁନାହିଁ । ତୁରନ୍ତ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ଗ୍ରାମବାସୀମାନେ ଦାବି କରିଛନ୍ତି ।