Onn 3

ମାନସିକ ଚାପ କାରଣରୁ ଭୁଲ ନିଷ୍ପତ୍ତି ନେଇଥିଲେ ତପନ ସାହୁ

State

tapan

ଭୁବନେଶ୍ବର: ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁଙ୍କ ନିଖୋଜ ଘଟଣାରୁ ପରଦା ହଟିଛି। ମାନସିକ ଚାପ କାରଣରୁ ଏଭଳି ଭୁଲ ନିଷ୍ପତ୍ତି ନେଇଥିବା ଶ୍ରୀ ସାହୁ ସ୍ୱୀକାର କରିଛନ୍ତି। ପରେ ନିଜେ ହୃଦୟଙ୍ଗମ କଲା ପରେ ଫୋନ କରି ପରିବାର ଲୋକଙ୍କୁ ଜଣାଇଥିଲେ। ସେତେବେଳକୁ ପୁଲିସ ତାଙ୍କୁ ଠାବ କରିସାରିଥିଲା ବୋଲି କହିଛନ୍ତି।ଠାବ ପରେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାରୁ ଆଣି ବାଙ୍କୀ ଏସଡିଜେମ କୋର୍ଟରେ ହାଜର ପରେ ଆଜି ବାଙ୍କୀ ପୁଲିସ ତପନଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ତପନ ଏବଂ ତାଙ୍କ ସ୍ତ୍ରୀ ଉଭୟ ତଦନ୍ତ ସରିବା ପର୍ଯ୍ୟନ୍ତ ପୁଲିସକୁ ସହଯୋଗ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। ସେପଟେ ତପନଙ୍କ ସ୍ତ୍ରୀ ଆଲିଶା ପ୍ରଧାନ ବାଙ୍କୀ ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ଧନ୍ୟବାଦ ଜଣାଇଛନ୍ତି।
ସୂଚନାଯୋଗ୍ୟ, କଟକ ଜିଲ୍ଲା ବଡ଼ମ୍ବା ସ୍ଥିତ ଏକ ଘରୋଇ ବ୍ୟାଙ୍କ୍‌ର ମ୍ୟାନେଜର୍‌ ତପନ କୁମାର ସାହୁ ଦୁଇଦିନ ଧରି ନିଖୋଜ ରହିଥିଲେ। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପୁଲିସ ତାଙ୍କୁ ଗିରିସୋଲା ନିକଟରୁ ବୁଧବାର ଦିନ ଉଦ୍ଧାର କରିଥିଲା। ସୂଚନା ଅନୁସାରେ ତପନ ବ୍ରହ୍ମପୁରରେ ଥିବା ତାଙ୍କ ଶ୍ବଶୁରଘରକୁ ଆସିଥିଲେ। ଗତ ସୋମବାର ଦିନ ସେ ବ୍ରହ୍ମପୁରରୁ ବଡ଼ମ୍ବା ଅଭିମୁଖେ ବାଇକ୍‌ରେ ବାହାରିଥିଲେ। ବାଙ୍କୀରେ ପହଞ୍ଚି ସେ ତାଙ୍କର ବ୍ୟାଙ୍କ କର୍ମଚାରୀଙ୍କୁ ଫୋନ୍‌ କରି ବ୍ୟାଙ୍କରେ ବିଳମ୍ବରେ ପହଞ୍ଚିବେ ବୋଲି କହିଥିଲେ। କିନ୍ତୁ ରାସ୍ତାରେ ସେ ନିଖୋଜ ହୋଇଯାଇଥିଲେ। ତାଙ୍କର ମୋବାଇଲ୍‌ ସ୍ବିଚ୍‌ ଅଫ୍‌ ରହିଥିବା ବେଳେ ତାଙ୍କର ପତ୍ତା ମିଳି ନଥିଲା। ଏଣୁ ପରିବାରବର୍ଗ କଟକ ବୈଦେଶ୍ବର ଥାନାରେ ଏତଲା ଦେଇଥିଲେ। ପୁଲିସ ତାଙ୍କର ମୋବାଇଲ୍‌ ନମ୍ବର ଟ୍ରାକ୍‌ କରି ତଦନ୍ତ ଆରମ୍ଭ କରିଥିଲା। ବୁଧବାର ଦିନ ତପନ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଗିରିସୋଲା ଅଭିମୁଖେ ଯାଉଥିବା ବେଳେ ଗୋଳନ୍ଥରା ପୁଲିସ ତାଙ୍କୁ ଉଦ୍ଧାର କରିଥିଲା।