Capture

ପାରାଦୀପରେ ସମୁଦ୍ରରେ ଦୁଇ ଦିନିଆ ମିଳିତ ସମରାଭ୍ୟାସ ‘ସାଗର କବଚ-୧’ ଆରମ୍ଭ

State

ପାରାଦୀପ: ଆଜି ପାରାଦୀପରେ ଆରମ୍ଭ ହୋଇଛି ସମରାଭ୍ୟାସ ‘ସାଗର କବଚ-୧’ । ଭାରତୀୟ ନୌସେନା, ତଟରକ୍ଷା ବାହିନୀ, ସାମୁଦ୍ରିକ ପୋଲିସ, ମତ୍ସ୍ୟବିଭାଗ ଓ ଗୁଇନ୍ଦା ବିଭାଗ ପରି ଏକାଧିକ ବିଭାଗ ମିଳିତ ଭାବରେ ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି । ଏହି ସମରାଭ୍ୟାସ ଦୁଇ ଦିନ ଧରି ଚାଲିବ ।

ସୂଚନାଯୋଗ୍ୟ, ୨୬/୧୧ ଆକ୍ରମଣ ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପକୂଳ ସୁରକ୍ଷା ପାଇଁ ପ୍ରତିବର୍ଷ ଏହି ସମରାଭ୍ୟାସ କରାଯାଉଛି । ଆତଙ୍କବାଦ ସଂଗଠନ ଏବଂ ଆତଙ୍କୀଙ୍କୁ ମାତ ଦେବାକୁ ସୁରକ୍ଷାକର୍ମୀ ନିଜକୁ ଆହୁରି ଶକ୍ତିଶାଳୀ କରୁଛନ୍ତି । ଏହି ସମରାଭ୍ୟାସରେ ବ୍ଲୁ ଏବଂ ରେଡ୍ ଟିମ୍ ନାଁରେ ଦୁଇଟି ଟିମ୍ ନିଜ ନିଜର ଯୁଦ୍ଧ କୌଶଳ ଦେଖାଉଛନ୍ତି ।

ଜଳପଥରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକାରୀଙ୍କୁ କିପରି ପ୍ରତିରୋଧ କରାଯାଇପାରିବ ଏହାର ସମସ୍ତ କୌଶଳ ପ୍ରଦର୍ଶନ କରିବେ ଏଥିରେ ଭାଗ ନେଇଥିବା ୧୮ଟି ସଂସ୍ଥା । ଉପକୂଳ ଓ ଜଳପଥ ସୀମାରେ କଡା ପହରା ଦିଆଯାଇଛି ।