Onn 3

ନୀଳ ଗାଡ଼ିଆରେ ମହିଳାଙ୍କର ମୃତଦେହ ଉଦ୍ଧାର

Crime State

 

udh

ପୁରୀ: ପୁରୀ ଜିଲ୍ଲା ତାଳବଣିଆରେ ଅଘଟଣ। ତାଳବଣିଆ ମଝୀ ଜଙ୍ଗଲର ନୀଳ ଗାଡ଼ିଆରେ ଏକ ମୃତଦେହ ଭାସୁଥିବା ପରିଲକ୍ଷିତ ହୋଇଛି। ଭାସୁଥିବା ମୃତଦେହଟି ଏକ ମହିଳାଙ୍କର ବୋଲି ଆନୁମାନ କରାଯାଉଛି। କିନ୍ତୁ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ତେବେ ଏହି ଘଟଣାଟି ହତ୍ୟାକାଣ୍ଡ ବୋଲି କୁହାଯାଉଛି। ଘଟଣା ପରେ ସ୍ଥାନୀୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁସାରେ, ରବିବାର ସକାଳୁ ଜଙ୍ଗଲକୁ କିଛି ଲୋକ ଶୌଚ ପାଇଁ ଯାଇଥିବା ବେଳେ ପୋଖରୀରେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ଦେଖିଥିଲେ। ମହିଳାଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ମହିଳାଙ୍କର ବୟସ ପାଖାପାଖି ୪୦ ହେବ ବୋଲି କୁହାଯାଉଛି। ଘଟଣାସ୍ଥଳରେ ସମୁଦ୍ରକୁଳ ଥାନା ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ମହିଳାଙ୍କୁ ହତ୍ୟା କରି କେହି ଫୋପାଡ଼ି ଦେଇଥିବା ପୋଲିସ ସନ୍ଦେହ କରୁଛି। । ଘଟଣାର ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସିଟି ଡିଏସପି ସୂଚନା ଦେଇଛନ୍ତି।