Img 20250119 Wa0168

ଗଣପର୍ବ ବଳାଙ୍ଗୀ ମହୋତ୍ସବ ପ୍ରସ୍ତୁତି ବୈଠକ ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

State

ବାରିପଦା: ମୟୁରଭଞ୍ଜ ଜିଲ୍ଲାରେ ଓଡ଼ିଆ ଭାଷା ସାହିତ୍ୟ, କଳା ସଂସ୍କୃତି ଏବଂ ପର୍ଯ୍ୟଟନର ସୁରକ୍ଷା ଏବଂ ବିକାଶ ନିମନ୍ତେ ବିଗତ 2003 ମସିହା ଠାରୁ ବାରିପଦାର ବାବା ବୁଢା ରାଉଳ ମଠ ନିକଟ ବୁଢାବଳଙ୍ଗ, ଚିପଟ ଏବଂ ଇଟାଯୋଡ଼ି ନଦୀର ତ୍ରିବେଣୀ ସଙ୍ଗମ ପୀଠରେ ମୟୁରଭଞ୍ଜ ଜିଲ୍ଲାର ମହାନ ଗଣପର୍ବ ମୟୁରଭଞ୍ଜ ବାଲି ମେଳା ବଳାଙ୍ଗୀ ମହୋତ୍ସବ ପାଳିତ ହୋଇ ଆସୁଥିବା ବେଳେ, ଚଳିତ ବର୍ଷ 23ତମ ରାଜ୍ୟ ସ୍ତରୀୟ ବଳାଙ୍ଗୀ ମହୋତ୍ସବ-2025 ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ପାଳନ ଉପଲକ୍ଷେ ଆସନ୍ତା ଏପ୍ରିଲ 14ରୁ 18 ତାରିଖ ପର୍ଯ୍ୟନ୍ତ 5ଦିନ ଧରି ପାଳିତ ହେବ | ଏହି ପରିପ୍ରେକ୍ଷୀରେ ପ୍ରତିବର୍ଷ ଭଳି ଜିଲ୍ଲାରେ ଭାଇଚାରାର ପରମ୍ପରାକୁ ମଜଭୁତ କରିବା ପାଇଁ ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା ଏବଂ ମହାରାଜା ଶ୍ରୀ ରାମଚନ୍ଦ୍ର ଜ୍ୟୋତିରଥର ଜିଲ୍ଲା ପରୀକ୍ରମା କାର୍ଯ୍ୟକ୍ରମ ଆଗାମୀ ମାର୍ଚ୍ଚ 7ରୁ 9 ତାରିଖ ପର୍ଯ୍ୟନ୍ତ 3ଦିନ ଧରି ଅନୁଷ୍ଠିତ ହେବ | ସେହିପରି ପ୍ରତିଭା ଚୟନ ପାଇଁ ଅନୁଷ୍ଠିତ ହେଉଥିବା ବଳାଙ୍ଗୀ ଟେଲେଣ୍ଟ ହଣ୍ଟ ମେଗା ଅଡିସନ କାର୍ଯ୍ୟକ୍ରମ ମାର୍ଚ୍ଚ 30 ତାରିଖ ରବିବାର ଦିନ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି |

ଏହି ଅବସରରେ ଆଜି ମହୋତ୍ସବ କମିଟି ପକ୍ଷରୁ ମହୁଲିଆ ପ୍ରେମ ବାଟିକା ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ତଥା ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସଭାପତି ପୂର୍ବତନ ବିଧାୟକ ରାଜକିଶୋର ଦାସ, ମେଳା କମିଟିର ଅଧ୍ୟକ୍ଷ ଓକିଲ ଅରବିନ୍ଦ ଦାସ, ଉପାଧ୍ୟକ୍ଷ ରାଜୀବ ଲୋଚନ ସେନାପତି, ଉପସଭାପତି ରଜତ କୁମାର ପଣ୍ଡା, ପଣ୍ଡିତ ଭାଗବତ ପଣ୍ଡା, କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ, କୋଷାଧ୍ୟକ୍ଷ ଓକିଲ ଲିଙ୍ଗରାଜ ମିଶ୍ର, ବରିଷ୍ଠ ସାମ୍ବାଦିକ ସୁକାନ୍ତ କୁମାର ଜୀଉ, ରାକେଶ ସିଂ, ଯୋଗେଶ ଅଗ୍ରୱାଲା, ପ୍ରାଧ୍ୟାପକ ସୁନୀଲ ଜେନା, ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମାରେଶ ନାୟକ, ନିରୋଜ କୁମାର ପୋଥାଳ ପ୍ରମୁଖ ଯୋଗଦେଇ ଚଳିତ ବର୍ଷ ବଳାଙ୍ଗୀ ମହୋତ୍ସବ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ | ବେତନଟି ପଦ୍ମମାଳି ମହିଳା ସଂଗଠନର ପ୍ରଭାତି ମହାନ୍ତି, ଝାରପୋଖରୀଆର କ୍ଷୀରୋଦ ଚନ୍ଦ୍ର ଦାସ, କପ୍ତିପଦାର ଇନ୍ଦୁମତି ମହାନ୍ତି, ଦେଉଳିର ଗୋପାଳ ଚନ୍ଦ୍ର ଦାସ, ଚିତ୍ରଡାର ଅଜୟ କୁମାର ପାଳ, ପାଟୁଳିପୁରାର ରମାକାନ୍ତ ମହାନ୍ତ, ଗଣ ମାଧ୍ୟମ ପ୍ରତିନିଧି, ଦୋଳ ଗୋବିନ୍ଦ ବାରିକ, ରଞ୍ଜନ କୁମାର ଦାଶ, ନୀଳାଦ୍ରି ବିହାରୀ ଦଣ୍ଡପାଟ ପ୍ରମୁଖ ଆଗାମୀ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ପ୍ରସ୍ତାବ ମାନ ଦେଇଥିବା ବେଳେ କୃତି ଶିକ୍ଷକ ଡ଼. ଶଶୀଧର ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ. ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ମହୋତ୍ସବ କମିଟିର ସଦସ୍ୟ ସଦସ୍ୟ ମାନେ ବହୁ ସଂଖ୍ୟାରେ ବୈଠକରେ ଯୋଗଦେଇଥିବା ବେଳେ, ସଦସ୍ୟ ପିତାମ୍ବର ମଲ୍ଲିକ, ଉଦୟ ନାଥ ଜେନା, ରମାକାନ୍ତ ରାଉତ, ଦିଲ୍ଲୀପ କୁମାର ପାତ୍ର, ମିଥୁନ ବାରିକ, ସନାତନ ସିଂ, କୁନୁ ସିଂ, ଅଭିନବ ନନ୍ଦ, ପ୍ରମୁଖ ସମସ୍ତ କାର୍ଯ୍ୟର ସୁପରିଚାଳନା କରିଥିଲେ l ପ୍ରାରମ୍ଭରେ ବଳାଙ୍ଗୀ ମହୋତ୍ସବର ପୂର୍ବତନ ସଭାପତି ଶ୍ରୀନିବାସ ପ୍ରଧାନ ଙ୍କ ସ୍ମୃତି ରେ ଦୁଇ ମିନିଟ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଥିଲା l