Img 20250119 Wa0179

ତ୍ରିରଙ୍ଗା କ୍ଲବ ଆନୁକୂଲ୍ୟରେ ମକର ମହୋତ୍ସବର ୪ର୍ଥ ସନ୍ଧ୍ୟା

State

ବାରିପଦା :  ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୱାର୍ଡ ନଂ ୧୫ ପୂର୍ଣ୍ଣଚନ୍ଦ୍ର ପୁର ଠାରେ ତ୍ରିରଙ୍ଗା କ୍ଲବ ଆନୁକୂଲ୍ୟରେ ୬ ଦିନିଆ ମକର ମହୋତ୍ସବର ପ୍ରଥମ ୩ ଦିନ ଧରି ବିଭିନ୍ନ ପ୍ରତିଯୋଗିତା ପରେ ୪ର୍ଥ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ରାଜ୍ୟସଭା ସାଂସଦ ମମତା ମହାନ୍ତ ପୁରସ୍କାର ବିତରଣ କରିବା ସହ ବାରିପଦା ସହରରେ ମକର ମହୋତ୍ସବ ଏକ ଅନନ୍ୟ ପରିକଳ୍ପନା ବୋଲି ପ୍ରକାଶ କରିଥିଲେ I ସମ୍ମାନିତ ଅତିଥି ଭାବେ ବାରିପଦା ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଓ ଏମ ସି ସି ବ୍ୟାଙ୍କ ସଭାପତି ସୁବ୍ରମନିୟମ ମହାନ୍ତି ତଥା ସ୍ଥାନୀୟ କାଉନସିଲର ନିରୁପମା ମହାନ୍ତି ପ୍ରମୁଖ ଯୋଗ ଦେଇ ପୁରସ୍କାର ବିତରଣ କରିବା ସହ ତ୍ରିରଙ୍ଗା କ୍ଲବର ଉତ୍ତରତ୍ତର ଉନ୍ନତି କାମନା କରିଥିଲେ I ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ କ୍ଲବର ସଭାପତି ଆଲୋକ କୁମାର ମହାନ୍ତି, ଉପ ସଭାପତି ରବୀନ୍ଦ୍ର କୁମାର ମହାନ୍ତି, ସମ୍ପାଦକ ବିଶ୍ୱରଂଜନ ବାଗ, ଅବସରପ୍ରାପ୍ତ ଶିକ୍ଷକ ନବ କିଶୋର ପାଲପାବୁ ପ୍ରମୁଖ ଉପସ୍ଥିତ ରହି ଦୀର୍ଘ ବର୍ଷ ଧରି ତ୍ରିରଙ୍ଗା କ୍ଲବର କାର୍ଯ୍ୟକଳାପ ଉପରେ ଆଲୋକପାତ କରିଥିଲେ I କେରମରେ ଚମ୍ପିୟାନ ଚକ୍ରଧର ଭୁଜବଳ ଓ ମନୋହର ଟୁଡୁ, ରନର୍ସ ଅପ କ୍ଷିତୀଶ ଚନ୍ଦ୍ର ନାୟକ ଓ ଦେବାଶିଷ ଆଚାର୍ଯ୍ୟ, ୩ୟ ସ୍ଥାନ ଶେଖ ଭାଇଜାନ ଓ ବାପୁ ଏବଂ ୪ର୍ଥ ସ୍ଥାନ ଅଧିକାର କରିଥିବା ଅଭିନାଶ ପ୍ରଧାନ ଓ ସିପୁ ଙ୍କୁ ପୁରସ୍କୃତ କରାଯାଇଥିଲା I ତତସହିତ ପୁରୁଷ ବିଭାଗରେ ଚମ୍ପିୟାନ ହୋଇଥିବା ସୁକୁଲ ବାସ୍କେଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା I