ଦିଲ୍ଲୀରେ ଉତ୍ତମ ମହାନ୍ତି । ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚାଲିଛି ଚିକିତ୍ସା । ଗତକାଲି ଘରୋଇ ହସ୍ପିଟାଲରୁ ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି । ଗ୍ରୀନ କରିଡରରେ ହସ୍ପିଟାଲରୁ ଏୟାରପୋର୍ଟକୁ ନିଆଯାଇଥିଲା । ଲିଭର ସିରୋସିସରେ ପୀଡ଼ିତ ହୋଇ କିମ୍ସ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏୟାର ଲିଫଟ କରାଯାଇଛି। ଏୟାରଲିଫଟ ପାଇଁ ଘରୋଇ ହସ୍ପିଟାଲ ପକ୍ଷରୁ ସମସ୍ତ ସହାୟତା କରାଯାଇଥିଲା ।
ସୂଚନା ଅନୁସାରେ, ଅଭିନେତା ଉତ୍ତମ ମହାନ୍ତି ଫିଲ୍ମର ସୁଟିଂ ପାଇଁ ବାହାରକୁ ଯାଇଥିଲେ । ସେଠାରେ ହିଁ ତାଙ୍କର ଦେହ ହଠାତ ଖରାପ ହୋଇଥିଲା । ତାପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଏହା ପରେ ଚିକିତ୍ସା ହୋଇ ଘରକୁ ଆସିଥିଲେ । ହେଲେ ପୁଣି ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ତାଙ୍କୁ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ଭର୍ତ୍ତି ହୋଇଥିଲା । ଏହି ଖବର ଜାଣିବା ପରେ ଫ୍ୟାନ୍ସ ସମେତ ସେଲିବ୍ରିଟି ଚିନ୍ତିତ ଥିବା ବେଳେ ତାଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି ।
ଅନ୍ୟପଟେ ସିନେମାରେ ବଳିଷ୍ଠ ଅଭିନୟ ପାଇଁ ବହୁ ପୁରସ୍କାର ଲାଭ କରିଛନ୍ତି ଉତ୍ତମ ମହାନ୍ତି । ଏକମାତ୍ର ଓଡ଼ିଆ ଅଭିନେତା ଭାବେ ଲଗାତର ୩ବର୍ଷ ଧରି ୧୯୮୨,୧୯୮୩ ଓ ୧୯୮୪ରେ ରାଜ୍ୟ ସରକାରଙ୍କ ଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ । ୧୯୯୯ରେ ରାଜ୍ୟ ସରକାରଙ୍କ ସମ୍ମାନଜନକ ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିଲେ ଉତ୍ତମ ।