Onn 3

ଖଲିସ୍ତାନୀ ବିରୋଧରେ ଭାରତ ସରକାରଙ୍କ ବଡ ପଦକ୍ଷେପ, OCI କାର୍ଡ ହେବ ରଦ୍ଦ, ଭାରତରେ ପ୍ରବେଶ ନିଷେଧ

National & International

 

khalistan

ଖଲିସ୍ତାନୀଙ୍କ ବିରୋଧରେ ଭାରତ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଭାରତ ସରକାର ଆମେରିକା, ବ୍ରିଟେନ, କାନାଡା ଏବଂ ଅଷ୍ଟ୍ରେଲିଆରେ ଥିବା ସମସ୍ତ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଚିହ୍ନଟ କରି ଓସିଆଇ କାର୍ଡ ରଦ୍ଦ କରିବା ସହିତ ଭାରତରେ ପ୍ରବେଶ ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଭାରତରେ ଥିବା ସେମାନଙ୍କ ସଂପତ୍ତି ଏବଂ ଶୁଭଚିନ୍ତକଙ୍କ ସଂପତ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟକୁ ଜବତ କରିବା ପାଇଁ ମଧ୍ୟ କୁହାଯାଇଛି ।

ଏହା ଭାରତ ସରକାରଙ୍କ ଖଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ସବୁଠାରୁ ବଡ କାର୍ଯ୍ୟାନୁଷ୍ଠାନ । ବିଦେଶରେ ବସି ଖଲିସ୍ତାନୀ ସମର୍ଥକ ନିଜର ଏଜେଣ୍ଡା ଚଲାଉଛନ୍ତି । ଜବରଦସ୍ତ ଚାନ୍ଦା ଆଦାୟ ଏବଂ ଅବୈଧ ମଦ କାରବାର କରି ପଇସା ରୋଜଗାର କରୁଛନ୍ତି । ଏମାନଙ୍କ ପାଖରେ OCI କାର୍ଡ ରହିଥିବାରୁ ଭାରତ ଯିବା ଆସିବା ପାଇଁ କୌଣସି ପ୍ରତିବନ୍ଧକ ଲାଗିନଥାଏ । ତେଣୁ ସରକାର ଏହି କାର୍ଡ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଭିସା ରଦ୍ଦ ହେଲେ ମଧ୍ୟ ଏହି କାର୍ଡ ଜରିରେ ଖଲିସ୍ତାନୀ ଆତଙ୍କୀ ଭାରତକୁ ଏଣ୍ଟ୍ରି କରିପାରିନ୍ତି । ଆଉ ଏହି କାର୍ଡ ରଦ୍ଦହୋଇଗଲେ, ସେମାନେ ଭାରତରେ ବୈଧ ଭାବେ ପ୍ରବେଶ କରିପାରିବେ ନାହିଁ । ସରକାର ଦୁଇ ଦିନ ତଳୁ କାନାଡାରେ ଭିସା ସର୍ଭିସକୁ ଅନିଶ୍ଚିତକାଳ ପାଇଁ ପ୍ରତିବନ୍ଧ ଲଗାଇଦେଇଛନ୍ତି । ଏବେ ଏମାନେ ଭାରତରେ ପ୍ରବେଶ କରିବା ଅସମ୍ଭବ । ଯଦି ସେମାନେ ଭିସା ପାଇଁ ଆବେଦନ କରନ୍ତି, ତେବେ ଭିସା ମିଳିବ ନାହିଁ ଆଉ ଯଦି କାର୍ଡଜରିଆରେ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି, ତେବେ କାର୍ଡ ମଧ୍ୟ ରଦ୍ଦ କରାଯିବ ।

ସୂଚନାଯୋଗ୍ୟ, ଗତକାଲି ଏନଆଇଏ ଶିଖ ଫର ଜଷ୍ଟିସ ନେତା ଗୁରପନ୍ତବନ୍ତ ସିଂଙ୍କ ବିପକ୍ଷରେ ବଡ କାର୍ଯ୍ୟାନୁଷ୍ଠାନ ନେଇଥିଲା । ତାଙ୍କର ଚଣ୍ଡୀଗଡ ଏବଂ ଅମୃତସରରେ ଥିବା ସମସ୍ତ ସମ୍ପତ୍ତି ଜବତ କରାଯାଇଥିଲା ।