Onn 3

ନିର୍ବନ୍ଧ ପୂର୍ବରୁ ଚାଲିଗଲା ଯୁବ ଡାକ୍ତର ଅମିତ ବିଷୋୟୀଙ୍କ ଜୀବନ

State

 

ac

ଭୁବନେଶ୍ୱର : ଆଉ ଦିନ କେଇଟା ପରେ ପଡିଥାନ୍ତା ହାତଗଣ୍ଠି । ସେଥିପାଇଁ ଚାଲିଥିଲା ପ୍ରସ୍ତୁତି । ଆସନ୍ତା ଡିସେମ୍ବର ୧୦ତାରିଖରେ ନିର୍ବନ୍ଧ ଆଉ ଫ୍ରେବୁଆରୀ ୨୮ରେ ବାହାଘର ପାଇଁ ତାରିଖ ବି ଧାର୍ଯ୍ୟ ହୋଇସାରିଥିଲା । ବାପା ମାଙ୍କର ଗୋଟିଏ ପୁଅ ହୋଇଥିବାରୁ ଖୁବ୍ ଧୁମ୍ ଧାମ୍ ରେ ବାହାଘର କରିବେ ବୋଲି ମନସ୍ତ କରିଥିଲେ। ହେଲେ କିଏ ଜାଣିଥିଲା ଏମିତି ଆସିବ କଳା ବାଦଲ ନିମିଷକ ଭିତରେ ସବୁକିଛି ଅନ୍ଧକାର କରି ଚାଲିଯିବ । ଆମେ କହୁଛୁ ବମିଖାଲ ଓଭରବ୍ରିଜ୍‌ ତଳେ ଗତକାଲି ରାତିରେ ଘଟିଥିଲା ଛାତିଥରା ଦୁର୍ଘଟଣା କଥା ।

ଅତି ଦୁଃଖଦାୟକ, ହୃଦୟ ବିଦାରକ ଘଟଣା । ନିର୍ବନ୍ଧ ପୂର୍ବରୁ ଚାଲିଗଲା ଜୀବନ। ଏହି ମର୍ମନ୍ତୁଦ କାର ଦୁର୍ଘଟଣାରେ ଆଖି ବୁଜିଛନ୍ତି ଯୁବ ଡାକ୍ତର ଅମିତ ବିଷୋୟୀ। ତାଙ୍କ ଘର ଗଞ୍ଜାମରେ ହୋଇଥିବାବେଳେ ସେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଡାକ୍ତର ଥିଲେ। ଗତକାଲି ରାତିରେ ଅମିତ ରସୁଲଗଡ଼ରୁ କଳ୍ପନା ଯାଉଥିବାବେଳେ ବମିଖାଲ ଓଭରବ୍ରିଜ ତଳେ ଦୁର୍ଘଟଣାର ଶୀକାର ହୋଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରର ଛାତ ସଂପୂର୍ଣ୍ଣ ଭାଙ୍ଗିରୁଜି ଚୁରମାର ହୋଇଯାଇଛି। ବର୍ଷା ଯୋଗୁଁ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି। ସେହି ଖାଲରେ କାରଟି ପଡିଯିବାରୁ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଗୁରୁତର ଅବସ୍ଥାରେ ଡାକ୍ତର ଅମିତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯାଇଛି।

ସୂଚନାନୁସାରେ ଶନିବାରର କାଳ ରାତିରେ ପ୍ରାୟ ସାଢେ଼ ୧୨ ଟା ସମୟରେ ଏକ କାର୍‌ ରସୁଲଗଡ଼ ପଟୁ ଦ୍ରୁତଗତିରେ ଆସୁଥିଲା । ବମିଖାଲ ଓଭରବ୍ରିଜ୍‌ ତଳେ କାର୍‌ଟି ହଠାତ୍ ଦୁର୍ଘଟଣାର ଶିକାର ହୋଇଥିଲା। ଯାହାଫଳରେ କାର୍‌ଟିର ସମ୍ମୁଖ ପୂରା ଭାଙ୍ଗିଯାଇଥିବା ବେଳେ ଗାଡ଼ିଟି ଦୁଇ ଗଡ଼ା ଦେଇ ଓଲଟି ପଡ଼ିଥିଲା । ଗାଡ଼ି ଭିତରେ ଅମିତ୍ ରକ୍ତାକ୍ତ ଅବସ୍ଥାରେ ପଡ଼ିରହିଥିଲେ । ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁ ଆସି ପ୍ରଥମେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍‌ସ ଯୋଗେ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। କିନ୍ତୁ ପରେ ତାଙ୍କର ମୃତ୍ଯୁ ହୋଇଥିଲା ।

ଏପଟେ ସୂଚନା ଥାଉକି ଚଳିତ ମାସରେ ସମାନ ବମିଖାଲ ଓଭରବ୍ରିଜରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା ଏବଂ ଜଣେ ଗୁରୁତର ହୋଇଥିଲେ । ମୃତକ ଥିଲେ କେଦାରଗୌରି ବିହାର ଅଞ୍ଚଳର ସବ୍ୟସାଚୀ ପୃଷ୍ଟି । ଗୁରୁତର ଯୁବକ ଥିଲେ ସୁନ୍ଦରପଦାର ସମିତ କୁମାର ପାତ୍ର । ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁଇଜଣ ଯୁବକ ବୁଲେଟରେ ଆସୁଥିବା ବେଳେ ବମିଖାଲ ଓଭର ବ୍ରିଜ ଡିଭାଇଡରରେ ବାଡେଇ ହୋଇ ତଳକୁ ଖସିପଡ଼ିଥିଲେ । ଘଟଣାସ୍ଥଳରୁ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିଲା ଲକ୍ଷ୍ମୀ ସାଗର ଥାନା ପୋଲିସ୍।