Onn 3

ଶଙ୍କର୍ଷଣ ଜେନା ରାଜ୍ୟକାର୍ଯ୍ୟକାରୀ ସଭ୍ୟ ମନୋନୀତ

State

ଆଗରପଡ଼ା: ବିଜେପି ପକ୍ଷରୁ ରାଜ୍ୟ କୃଷକ ମୋର୍ଚ୍ଚାର ରାଜ୍ୟ କର୍ମକର୍ତ୍ତା ଚୟନ କରାଯାଇଛି । ବନ୍ତ ବ୍ଲକର ବରିଷ୍ଠ କୃଷକ ମୋର୍ଚ୍ଚା ର ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଭାବେ ବରିଷ୍ଠ କର୍ମକର୍ତା ଶଙ୍କର୍ଷଣ ଜେନାଙ୍କୁ ଚୟନ କରାଯାଇଛି । ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ଙ୍କ ଦ୍ୱାରା ଚୟନ ହୋଇଥିବା କମିଟିକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଅନୁମୋଦନ କରିଛନ୍ତି । ଉକ୍ତ କମିଟିରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରୁ ବରିଷ୍ଠ ନେତା ଶଙ୍କର୍ଷଣ ଜେନା ସ୍ଥାନପାଇଥିବାରୁ କୃଷକ ମାନଙ୍କର ହିତ ସାଧନ ପାଇଁ ଉଦ୍ୟମ କରିବା ସହ ରାଜ୍ୟରେ କୃଷକ ମୋର୍ଚ୍ଚା କୁ ଅଧିକ କ୍ରୀୟାଶୀଳ ପାଇଁ ଉଦ୍ୟମ କରିବେ ବୋଲି ସେ ପ୍ରକାଶ କରିଛନ୍ତି ।

ଏହା ପୁର୍ବରୁ ଶ୍ରୀ ଜେନା ବନ୍ତ ବ୍ଲକର ଉପସଭାପତି,ଭଦ୍ରକ ଜିଲାର କୃଷକ ମୋର୍ଚ୍ଚା ର ସଭାପତି ,ରାଜ୍ୟ କୃଷକମୋର୍ଚ୍ଚା କୋଷାଧ୍ୟକ୍ଷ ପରେ ଉପସଭାପତି ସହ ଯାଜପୁର,ବାଲେଶ୍ୱର,ମୟୂରଭଂଜ, କେନ୍ଦୁଝର ର ପ୍ରଭାରୀ ଭାବେ କାର୍ଯ୍ୟକରି ନିଜର ପରାକାଷ୍ଟା ପ୍ରଦର୍ଶନ କରିଛନ୍ତି । ନିଯୁକ୍ତି ପାଇବା ପରେ ସେ ରାଜ୍ୟ ସଭାପତି ମନମୋହନ ସାମଲ,ସଂଗଠନ କର୍ମକର୍ତା ମାନସ ମହାନ୍ତି,କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ,ନିର୍ବାଚନ ମଣ୍ଡଳିର ନେତା ବଦ୍ରୀନାରାୟଣ ଧଳ,ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ ,ଜିଲା ସଭାପତି ହେମନ୍ତ ପାଢ଼ୀ,କୃଷକମୋର୍ଚ୍ଚା ସଭାପତି ଅଶୋକ ରାଉଳ ଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି ।