Sim 5

ଆତଙ୍କବାଦୀ ଲିଙ୍କ୍ ସିମ୍ ବକ୍ସ ମାମଲା: ଭୁବନେଶ୍ବରରେ NIA ଟିମ୍

State

ଭୁବନେଶ୍ବର: ଭୁବନେଶ୍ବରରେ NIA ଟିମ୍ । ଆତଙ୍କବାଦୀ ଲିଙ୍କ୍ ସିମ୍ ବକ୍ସ ମାମଲାରେ ଖୋଲତାଡ ପାଇଁ ଭୁବନେଶ୍ବରରେ ପହଞ୍ଚିଲା NIA ଟିମ୍  । ପୋଲିସ କମିଶନର ଅଫିସରେ ପହଞ୍ଚି ଆଲୋଚନା କରୁଛନ୍ତି । ସିମ୍ ବକ୍ସ ଜବତ ମାମଲାରେ ତଦନ୍ତ କରିବ NIA ଟିମ୍ । ରାଜୁ ମଣ୍ଡଳଠାରୁ ତଥ୍ୟ ବାହାର କରିବ ଟିମ୍ ।

ରାଞ୍ଚିରେ ମାରାଥନ ଜେରା ପରେ ରାଜୁକୁ ଧରି ଓଡ଼ିଶା ଫେରୁଛି କମିଶନରେଟ ପୋଲିସ । ଆଜି ୪ର୍ଥ ଦିନରେ ପୁଣି ଜେରା ପରେ କାଲି କୋର୍ଟରେ ହାଜର ହେବ ରାଜୁ। ଆହୁରି ଅଧିକ ତଥ୍ୟ ହାସଲ ପାଇଁ ପୁଣି ରାଜୁକୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ । ଗତକାଲି ରାଞ୍ଚିରୁ ୫ଟି ସିମବକ୍ସ ଓ ୩୦୦ରୁ ଅଧିକ ସିମ୍ କାର୍ଡ ଠାବ ହୋଇଛି । ରାଜୁ ଖୋଲିଛି ଭୁବନେଶ୍ୱର କଟକ ରାଞ୍ଚି ଲିଙ୍କ ସହ ପାକ୍ ଚିନ୍ ମିଡଲ ଇଷ୍ଟ ଲିଙ୍କ ।

ଅନ୍ୟପଟେ ରାଜୁ ନିଖୋଜ ନେଇ ପରିବାର ଲୋକ ପଶ୍ଚିମବଙ୍ଗର ଏକ ଥାନାରେ ଏତଲା ଦେଇଛନ୍ତି । ଏହାପରେ ପଶ୍ଚିମବଙ୍ଗ ପୋଲିସ ରାଜୁ ମଣ୍ଡଳର ଠିକଣା ଲକ୍ଷ୍ମୀସାଗର ଅଞ୍ଚଳ ବୋଲି ଜାଣିବାକୁ ପାଇଥିଲା । ଏହାପରେ ପରିବାର ଲୋକେ ଓକିଲ ସହ ଆସି ଲକ୍ଷ୍ମୀସାଗର ପୋଲିସ ସହ ଯୋଗାଯୋଗ କରିଥିଲେ । ଏହାପରେ ପୋଲିସ ରାଜୁ ମଣ୍ଡଳ ବାବଦରେ ସମସ୍ତ ସୂଚନା ଦେଇଛି । ରାଜୁ ସିମ୍ ବକ୍ସ ମାମଲାରେ ଗିରଫ ହୋଇଛି ବୋଲି ତାର ପରିବାର ଲୋକଙ୍କୁ ଅବଗତ କରାଇଛି ପୋଲିସ । ଏହାପରେ ପୋଲିସ ରାଜୁର ପରିବାର ଲୋକକୁ ପଚରାଉଚରା କରିଛି । ରାଜୁକୁ କମିଶନରେଟ ପୋଲିସ ଝାଡଖଣ୍ଡ ନେଇ ଅଧିକ ତଥ୍ୟ ସଂଗ୍ରହ କରିଛି ।