Onn 3

୧୬୮ ବିଦ୍ୟାଳୟର ସାତଶହରୁ ଅଧିକ ଶିକ୍ଷକ ଛୁଟିରେ, ବିଦ୍ୟାଳୟରେ ତାଲା; ଘରେ ପିଲା

State

ଆଗରପଡ଼ା: ନିଖିଳ ଉତ୍କଳ ମିଳିତ ପ୍ରାଥମିକ ଶିକ୍ଷକସଂଘ ବନ୍ତ ପକ୍ଷରୁ ୧୬୮ ବିଦ୍ୟାଳୟର ସାତଶହରୁ ଅଧିକ ଶିକ୍ଷକ/ ଶିକ୍ଷୟିତ୍ରୀ ସମୁହ ଛୁଟିରେ ଆସି ସେମାନଙ୍କର ୩ଦଫା ଦାବିପତ୍ର ପୁରଣ ନେଇ ଗୋଷ୍ଠି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି । ଯଦ୍ୱାରା ବ୍ଲକର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୬ ଦିନ ହେବ ଶିକ୍ଷାଦାନ ସଂପୁର୍ଣ୍ଣ ବନ୍ଦ ହୋଇ ଯାଇଛି । ଯଦ୍ୱାରା ପିଲାମାନେ ବିଦ୍ୟାଳୟ ଯିବା ପରିବର୍ତ୍ତେ ଘରେ ବସି ରହିଛନ୍ତି । ଧାରଣାରେ ବସିବା ପୂର୍ବରୁ ନିଜର ଦାବି ପୁରଣ ପାଇଁ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବନ୍ତ ଗୋଷ୍ଠି ଶିକ୍ଷାଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିବାରୁ ନିଜର ନାର୍ଯ୍ୟ ଦାବି କୁ ପୁରଣ ପାଇଁ ଏହାକୁ ଅଧିକ ବ୍ୟାପକ କରିବା ଉଦ୍ଦେଶ୍ୟରେ ଧାରଣାରେ ବସିଛନ୍ତି । ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ନିଜର ନାର୍ଯ୍ୟ ଦାବି ପୁରଣ ନହେବା ପର୍ଯ୍ୟନ୍ତ ଏହାକୁ ଅଧିକ ରୁ ଅଧିକ ଜୋର ଦାର କରାଯିବାକୁ ନିଜ ବକ୍ତବ୍ୟରେ ଆହ୍ୱାନ ଦେଇଛନ୍ତି । ଏହାକୁ ମଧ୍ୟ ଅବସରପ୍ରାପ୍ତ ଶିକ୍ଷକ ନେତା ତଥା ଜାତୀୟ ପୁରସ୍କୃତ ଶିକ୍ଷକ ଭାଷ୍ମର ଚନ୍ଦ୍ର ପାଢ଼ୀ ସମର୍ଥନ ଜଣାଇବା ସହ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ନାର୍ଯ୍ୟଦାବିକୁ ସରକାର ପୁରଣ ଦିଗରେ ଉଚିତ ପ୍ରଦକ୍ଷେପ ନେବାକୁ ପ୍ରକାଶ କରିଛନ୍ତି ।

ଏହି ଦାବି ମଧ୍ୟରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଠିକା ନିଯୁକ୍ତି ପ୍ରକ୍ରିୟା କୁ ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା,ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକ ମାନଙ୍କୁ ନ୍ୟାସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀ ରେ ଗଣନା କରିବା ,ଏଥି ସହିତ ଏକ୍ସ କେଡ଼ର ଭିତ୍ତିରେ କଳା, କ୍ରୀଡ଼ା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ଦେବା । ସମସ୍ତ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ବେତନ ,ନୂତନ ପେନସନ ପ୍ରଥାକୁ ଉଚ୍ଛେଦ କରି ପୁରଣା ପେନସନ ବ୍ୟବସ୍ଥାକୁ ପନଃ ପ୍ରଚଳନ ଇତ୍ୟାଦି ଦାବି କରିଛନ୍ତି । ବନ୍ତ ବ୍ଲକର ମିଳିତ ନିଖିଳ ଉତ୍କଳ ସଂଘର ଶିକ୍ଷକ ସଂଘର କର୍ମକର୍ତ୍ତା ଧର୍ମେନ୍ଦ୍ର ନାରାୟଣ ଜେନା, ସନାତନ ଦାସ, ନରେନ୍ଦ୍ର ସାହୁ ,ରମାକାନ୍ତ ଜେନା, ଶୁଭେନ୍ଦୁ ବିଶ୍ୱାଳ, ଅମୁଲ୍ୟ ଦାସ, ଅଶୋକ ଦାସ,ସତ୍ୟରଂଜନ ଦାସ ,ଭରତ ଓଝା,ଅରୁଣ ଜେନା, ଅନିରୁଦ୍ଧ ମଙ୍ଗଳ,ଶରତ ନାୟକ,ସୁଧିର ରାଉତ,ଶ୍ରୀଧର ପଣ୍ଡା,ମଳୟ ନାୟକ, ପ୍ରଫୁଲ ଦାସ, ଗୋପବନ୍ଧୁ ଜେନା ,ରମେଶ ପ୍ରସାଦ କର ,ଶିକ୍ଷୟିତ୍ରୀ ନମିତା ଜେନା,ରାଜଶ୍ରୀ ନାୟକ,ମଂଜୁଲତା ପାତ୍ର,ଙ୍କ ସହ ସାତଶହରୁ ଅଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଗଣଧାରଣାରେ ବସିଥିବାର ପରିଲକ୍ଷିତ ହୋଇଛି ।