Gold Biscuit 700x430

ଚୋରାଚାଲାଣବେଳେ ୩୦ କୋଟି ଟଙ୍କାର ସୁନା-ରୂପା ଜବତ

State

ଭୁବନେଶ୍ବର : ବ୍ୟାଙ୍କରେ ଟଙ୍କା ଲୋଡ୍ କରୁଥିବା ଗାଡିରେ ସୁନା ଚୋରାଚାଲାଣ ହେଉଥିବାବେଳେ ଧରିଲା ସିଟିଜିଏସଟି ବିଭାଗ । ଭୁବନେଶ୍ବର ଏୟାରପୋର୍ଟରୁ ଦୁଇଟି ଗାଡି ଆସୁଥିବା ନେଇ ସୂଚନା ମିଳିଥିଲା । ସୂଚନା ପାଇ ୮୦ କେଜି ସୁନା ଓ ରୂପା ଚାଲାଣ ହେଉଥିବାବେଳେ ଦୁଇଟି କଣ୍ଟେନର ଜବତ କଲା ସିଟିଜିଏସଟି ।

ଜବତ ସୁନା-ରୂପାର ଆନୁମାନିକ ମୂଲ୍ୟ ୩୦ କୋଟି ହେବ ବୋଲି ଜଣାପଡିଛି । ତେବେ ଏହାର ମାଲିକ କିଏ ଏବଂ କେଉଁଠିକୁ ଯାଉଥିଲା ସେନେଇ ତନାଘନା ଚାଲିଛି ।