ପୁରୀ: ପୁରୀରେ ଡକାୟତି ଯୋଜନା ପଣ୍ଡ । ୬ଜଣଙ୍କୁ ଗିରଫ କଲା ସମୁଦ୍ରକୂଳ ଥାନା ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀକରି ସୂଚନା ଦେଇଛି ବାସେଳୀ ସାହି ଥାନା ପୋଲିସ ।
ସୂଚନାଯୋଗ୍ୟ ଯେ, ପୁରୀ ସହରରେ ଷ୍ଟ୍ରିଟ କ୍ରାଇମ ରୋକିବା ଲାଗି ପୁରୀ ପୋଲିସ ପକ୍ଷରୁ ଅପରାଧୀଙ୍କ ଉପରେ ଏବେ କଡା ନଜର ରଖାଯାଉଛି । ପୁରୀ ପୋଲିସର ସ୍ୱତନ୍ତ୍ର ଡ୍ରାଇଭରେ ବର୍ତ୍ତମାନ ସୁଦ୍ଧା ୭୭ଜଣ ଅପରାଧୀଙ୍କୁ ବିଭିନ୍ନ ମାମଲାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ସାମ୍ବାଦିକ ସମିଳନୀରେ ପୁରୀ ସିଟି ଡିଏସ୍ପି ସୂଚନା ଦେଇଛନ୍ତି l