Onn 3

କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୪୦ରୁ ଉର୍ଦ୍ଧ୍ବ କଣ୍ଟେନର

State

କଟକ:କଟକ ଜଗତପୁର ଅନ୍ତର୍ଗତ ନଜରପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ  । ଗାଁର ପିଡିଏସ୍‌ କିରାସିନି ପମ୍ପ ପଛପଟେ ମୁଖାର୍ଜୀ କ୍ୟାମ୍ପସ୍‌ ପଡ଼ିଆରେ ଏଲ୍‌ ଆଣ୍ଡ ଟି ଠିକାସଂସ୍ଥା ନିର୍ମାଣ କରିଥିବା ୪୦ଟି ଅସ୍ଥାୟୀ ଘରେ ନିଆଁ ଲାଗି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ୪୦ଟି କଣ୍ଟେନର୍‌ ଜଳିଯିବା ସହ ତା ଭିତରେ ଥିବା ସମସ୍ତ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଛି  ।  ମାତ୍ର ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି  ।  କଣ୍ଟେନର୍‌ରେ ରହୁଥିବା ସମସ୍ତ ୯୬୦ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁଯାୟୀ କଟକ ବଡ ମେଡିକାଲ ଏମ୍ସ ପ୍ଲସ୍‌ କାର୍ଯ୍ୟର ଠିକା ନେଇଥିବା ଏଲ୍‌ ଆଣ୍ଡ ଟି ସଂସ୍ଥା ନିଜର ଶ୍ରମିକମାନଙ୍କୁ ନଜରପୁରସ୍ଥିତ ମୁଖାର୍ଜୀ କ୍ୟାମ୍ପସ୍‌ ମଧ୍ୟରେ କଣ୍ଟେନର୍‌ ଗୃହରେ ରଖୁ୍ଥିଲା। ପ୍ରତି କଣ୍ଟେନର୍‌ରେ ୨୪ ଜଣ ଲେଖାଁଏ କରି ମୋଟ ୯୬୦ଜଣ ଶ୍ରମିକ ଏଥିରେ ରହୁଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ସିଫ୍ଟ ଡ୍ୟୁଟିରେ ଥିବା ବେଳେ ଅନ୍ୟମାନେ କଣ୍ଟେନର୍‌ ମଧ୍ୟରେ ରହିଥିଲେ।

ଗତକାଲି ରାତି ପ୍ରାୟ ୮ଟା ବେଳେ ହଠାତ୍ ଗୋଟିଏ କଣ୍ଟେନରରେ ନିଆଁ ଲାଗି ଯାଇଥିଲା  ।  ଚାହୁଁ ଚାହୁଁ ନିଆଁ କ୍ୟାମ୍ପସରେ ଥିବା ଅନ୍ୟ କଣ୍ଟେନରକୁ ବ୍ୟାପି ଯାଇଥିଲା  । ଖବର ପାଇ ଅଗ୍ନିଶମ ବିଭାଗର ୫ଟି ଦମକଳ ଓ ୪୦ ରୁ ଉର୍ଦ୍ଧ୍ବ ଅଗ୍ନିଶମ କର୍ମଚାରୀ  ଘଟଣାସ୍ଥଳରେ ପହଞ୍ଚିଥିଲେ  । ପ୍ରାୟ ୩ ଘଣ୍ଟା  ପରିଶ୍ରମ  କରି ନିଆଁକୁ ଆୟତ୍ତ କରିଥିଲେ । ପରେ ଖବରପାଇ ବିଧାୟକ ସୌଭିକ ବିଶ୍ୱାଳ, ଜିଲ୍ଲପାଳ ଭବାନୀ ଶଙ୍କର ଚୟନୀ, ସିଏମ୍‌ସି କମିସନର୍‌ ନିଖିଲ ପୱନ କଲ୍ୟାଣ, ଜୋନ୍‌-୧ ଏସିପି ଅରୁଣ କୁମାର ସ୍ୱାଇଁ ପ୍ରମୁଖ ପହଞ୍ଚି ଥିଲେ।