Onn 3

ମୟୁରଭଞ୍ଜ ଜିଲ୍ଲାର ବାରିପଦା ନିର୍ବାଚନ ମଣ୍ଡଳୀରେ ସାଙ୍ଗଠନିକ ବୈଠକ

Politics State

ବାରିପଦା: ସନ୍ଧ୍ୟାବେଳେ ମୟୁରଭଞ୍ଜ ଜିଲ୍ଲାର ବାରିପଦା ନିର୍ବାଚନ ମଣ୍ଡଳୀର କନେଇବନ୍ଧ ଠାରେ କଂଗ୍ରେସ ର ଯୁବ ଟାଣୁଆ ନେତା ତଥା ଏଲ. ଡି. ଏମ.ର ଜିଲ୍ଲା ଉପସଭାପତି ବାଦଲ ହେମ୍ବ୍ରମ ଙ୍କ ନେତୃତ୍ୱରେ ଆଗାମୀ ନିର୍ବାଚନ କୁ ଆଖିଆଗରେ ରଖି ଅନୁଷ୍ଠିତ ହୋଇଯାଇଛି l

ଉକ୍ତ ବୈଠକରେ ସେ ଅଂଚଳ ବିଭିନ୍ନ ଗ୍ରାମପଂଚାୟତର ଶତାଧିକ କଂଗ୍ରେସ କର୍ମୀ ଯୋଗଦାନ କରି ଏଲ. ଡି. ଏମ ର ଜିଲ୍ଲା ସଂଯୋଜକ ତଥା ରାଜ୍ୟ ମିଡ଼ିଆ ସଂଯୋଜକ ଓବିସି ଏଲ. ଡି. ଏମ. ବିଭାଗ ସୁକୁମାର ରଞ୍ଜନ ପ୍ରଧାନ ଙ୍କୁ ସେ ଅଂଚଳ ର ନିର୍ବାଚନୀ ଢାଞ୍ଚା ସମ୍ବଧୀୟ ଆଲୋଚନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ସେଠାକାର ବରିଷ୍ଠ କଂଗ୍ରେସ ନେତା ହରିଶ୍ଚନ୍ଦ୍ର ସାହୁ ଓ ରାମେଶ୍ୱର ସୋରେନ ପ୍ରମୁଖଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା l