Onn 3

ପାରଳା ସହରରେ ଖାଦ୍ୟ ନିରାପତ୍ତା ଯାଞ୍ଚ

State

ଗଜପତି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ଜଳଖିଆ ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ ଆଦି ଠାରେ ଖାଦ୍ୟନିରାପତା ଯାଞ୍ଚ ହୋଇଛି । ସହରର ପ୍ରାୟ ଖାଦ୍ୟ ସାମଗ୍ରୀ ଦୋକାନ ତଥା ମିଠା ଦୋକାନ, ଜଳଖିଆ ଦୋକାନ, ଭୋଜନାଳୟ, ରେଷ୍ଟୁରାଣ୍ଟ ଆଦିକୁ ଆଜି ଖାଦ୍ୟ ସୁରକ୍ଷା ଅଧିକାରିଣୀ ତପସ୍ପିନୀ ବେହେରା ପ୍ରମୁଖ ପ୍ରତ୍ୟେକ୍ଷଭାବେ ଯାଇ ଖାଦ୍ୟର ଗୁଣବତ୍ତା ସହ ଖାଦ୍ୟ ସାମଗ୍ରୀ ବାନ୍ଧିବାରେ ପ୍ଲାଷ୍ଟିକ ବ୍ୟବହାର ଆଦି ଯାଞ୍ଚ କରି ତାଗିଦ କରିଥିଲେ ।

ଏହା ସହ ବିଭିନ୍ନ ଦୋକାନ ମାନକୁ ବୁଲି ଯାଞ୍ଚ କରିଥିଲେ । ତେବେ ଏହି ଯାଞ୍ଚ କାର୍ଯ୍ୟକ୍ରମ ରଥଯାତ୍ରାକୁ ଦୃଷ୍ଟିରେ ରଖି କରାଯାଇଥିବାର ଜଣାପଡିଛି ।