Photo For The News Of Dhawni Mela

ପବିତ୍ର ମାଘସସ୍ତମୀ ଅବସରରେ ଅଖଣ୍ଡ ଧ୍ୱନୀ ମେଳା

State

ଆଗରପଡ଼ା :ପବିତ୍ର ମାଘସସ୍ତମୀ ଅବସରରେ ନିମାପଡ଼ା ସ୍ଥିତ କପାଳୀ କ୍ଷେତ୍ରଠାରେ ଦିବାରାତ୍ର ବ୍ୟାପି ଅଖଣ୍ଡ ଧ୍ୱନୀ ମେଳା ଓ ଶୁନ୍ୟ ବ୍ରହ୍ମଙ୍କ ପୂଜା ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ଅଲେଖ ଧର୍ମାବଲମ୍ବୀ ମାନଙ୍କ ଦ୍ୱାରା ଅଖଣ୍ଡ ଧ୍ୱନୀର ଅଗ୍ନୀ ସଂଯୋଗ କରାଯାଇ ଏହାର ଶୁଭାରମ୍ଭ କରାଯିବା ସହ ଦିବାରାତ୍ର ବ୍ୟପି ସାଧୁସନ୍ଥଙ୍କଦ୍ୱାରା ସନ୍ଥ କବି ଭୀମ ଭୋଇଙ୍କ ଶୁନ୍ୟ ବ୍ରହ୍ମ ର ବିଭିନ୍ନ ଭଜନ ପରିବେଷଣ କରାଯାଇଥିଲା । ଏହାକୁ ଦର୍ଶନ ଓ ଶ୍ରବଣ କରିବା ପାଇଁ ବିଭିନ୍ନ ଅଂଚଳରୁ ବହୁଶ୍ରଦ୍ଧାଳଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଏଥିରେ ସନାତନ ବାବା,ଭାଷ୍କର ଦାସ ,ମାଧ ବାବା,ଗଣେଶ ନାୟକ,ଅନାଥ ବାବା, ଗୋବିନ୍ଦ ଦାସ,ସନାତନ ଦାସ,ରମେଶ ଚନ୍ଦ୍ର ଦାସ,ମନୋଜ ଦାସ,ବିଶ୍ୱଜିତ ଦାସ,ହାଡ଼ିବନ୍ଦୁ ଦାସ,ଧରଣୀ ଦାସ, ପ୍ରମୁଖ ଭଜନ ପରିବେଷଣ କରିଥିଲେ ।

ଶନିବାର ସକାଳେ ଅଖଣ୍ଡ ଧ୍ୱନୀର ପୂର୍ଣ୍ଣାହୁତି ପରେ ସମସ୍ତ ଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହାକୁ ଆୟୋଜନ କରିଥିଲେ ନିମାପଡ଼ା ପାଟଣା ଗ୍ରାମର ଅଲେଖ ଧର୍ମର ଆଶ୍ରୀତ ବ୍ୟକ୍ତି ବିଶେଷଙ୍କ ସହ ପାନପଦୀ, ରାମଚନ୍ଦ୍ରପୁର,ନିମପଡ଼ା ଆଦି ଗ୍ରାମର ଅଧିବାସୀ ମାନେ । ଏହାକୁ ସହଯୋଗ କରିଥିଲେ ଉତ୍ତମ କୁମାର ଦାସ,ପ୍ରଶାନ୍ତ ଦାସ, ରବିନ୍ଦ୍ର ଦାସ,ପଦ୍ମନାଭ ପରିଡ଼ା,ସୁରେନ୍ଦ୍ର ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ,କାର୍ତିକ ବେହେରା,ଶ୍ୟାମ ସୁନ୍ଦର ଆରୁକ,ଶୁକଦେବ ଦାସ,ରମେଶ ଚନ୍ଦ୍ର ଦାସ,ବାଇଧର ଜେନା,ଜୟରାମ ବାରିକ,ମହେଶ୍ୱର ଶଙ୍ଖୁଆ,ପୁରୁଷୋତମ ସାହୁ, ଉପେନ୍ଦ୍ର ଜେନା,ଅଲେଖ ମଳିକ,ପୂର୍ଣ୍ଣ ଚନ୍ଦ୍ର ଜେନା ପ୍ରମୁଖ ।