Photo For The News Of Annual Function

କଳାବିକାଶ କେନ୍ଦ୍ର ବାର୍ଷିକ ଉତ୍ସବ

State

ଆଗରପଡ଼ା :ବନ୍ତ ବ୍ଲକ ନରସିଂହପୁର ସ୍ଥିତ ମା’ ବ୍ରାହ୍ମଣୀ ଦେବି ମନ୍ଦିର ପରିସରରେ ବ୍ରାହ୍ମଣୀ ଦେବୀ କଳାବିକାଶ କେନ୍ଦ୍ରର ଦ୍ୱିତୀୟ ବାର୍ଷିକ ସମାବର୍ତନ ଉତ୍ସବ ରଂଗାରଂଗ ପରିବେଶ ମଧ୍ୟରେ ଅନୁଷ୍ଟିତ ହୋଇଯାଇଛି । କଳାବିକାଶ କେନ୍ଦ୍ରର ସଭାପତି ପ୍ରକାଶ ଚନ୍ଦ୍ର ସାହୁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ବନ୍ତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ଼ ସୁଭେନ୍ଦ୍ର କୁମାର ମିଶ୍ର, ମୁଖ୍ୟବକ୍ତାଭାବେ ବିଶିଷ୍ଟ ନାଟ୍ୟକାର ଡ଼ ସୁଧାଂଶୁ ନାୟକ, ସମ୍ମାନୀତ ଅତିଥିଭାବେ ଭଦ୍ରକ ଇଂଜିନିୟରିଂ ସ୍କୁଲ ଅସୁରାଳିର ରବିନ୍ଦ୍ର କୁମାର ଜେନା ,ଜାତୀୟ ପୁରସ୍କୃତ ଶିକ୍ଷକ ଅଜୟ କୁମାର ପୃଷ୍ଟି,ସମାଜସେବୀ ଉତ୍କଳ କେଶରୀ ବିଶ୍ୱାଳ ,ଅବସରପ୍ରାପ୍ତ ଶିକ୍ଷକ ବିଶ୍ୱନାଥ ନାୟକ,ଶିକ୍ଷାବିତ୍ ତଥା ଗୀତିକାର ଉମାକାନ୍ତ ରାଉତ ପ୍ରମୁଖ ଉତ୍କଳର ମହାନ କଳା ଓ ସଂସ୍କୃତିର ଉଦ୍‌ଯିବିତ ପାଇଁ ଏହି ଅନୁଷ୍ଠାନ ପ୍ରମୁଖ ଭୂମିକା ଗ୍ରହଣ କରୁଛି ି । ଉକ୍ତ ଦେବେନ୍ଦ୍ର କୁମାର ସାହୁ ଏହାର ଆଭିମୁଖ୍ୟ ପ୍ରଦାନକରିଥିବା ବେଳେ କେନ୍ଦ୍ରର ଅଧ୍ୟକ୍ଷ ଡ଼ କେଶବ ଚନ୍ଦ୍ର ଜେନା ବାର୍ଷିକ ବିବରଣୀ ପାଠ ଓ ଅନୁଷ୍ଠାନର ପରିଚାଳିକା ମୋନାଲିସା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଉକ୍ତ ସ୍ଥାନରେ କୁନୁ କୁନି କଳାକାରଙ୍କ ଦ୍ୱାରା ସଂଗୀତ, ନୃତ୍ୟ ଆଦି ଅନୁଷ୍ଠିତ ହୋଇଥିଲା । ଚଳିତବର୍ଷ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତି ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଏହାକୁ ଗ୍ରାମବାସୀମାନେ ସହଯୋଗ କରିଥିଲେ ।