Photo For The News Of Court Building

କୋର୍ଟ ପ୍ରତିଷ୍ଠା ବିଳମ୍ବକୁ ନେଇ ଜନ ଅସନ୍ତୋଷ, ନିର୍ମାଣକୁ ୪ବର୍ଷ ପରେ ବି ଅପେକ୍ଷାର ଅନ୍ତ ଘଟୁନି

State

ଆଗରପଡ଼ା :ନ୍ୟାୟପାଳିକାକୁ ଅଧିକ କ୍ରିୟାଶୀଳ କରାଇବା ଉଦ୍ଦେଶ୍ୟରେ ପ୍ରତି ତହସିଲ ଅଧୀନରେ ଗୋଟିଏ ଲେଖାଏଁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ତଥା କନିଷ୍ଠ ଦେୱାନୀ ଅଦାଲତ ପ୍ରତିଷ୍ଠା କରିବାର ଯୋଜନା ହୋଇଛି । ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରତି ତହସିଲ ଅଧିନରେ ଏପରି କୋର୍ଟ ଖୋଲିଛି । ବନ୍ତ ଏକ ସମସ୍ୟା ବହୁଳ ଅଂଚଳ ହୋଇଥିବାରୁ ଏହାକୁ ଉପଲବ୍ଧି କରି ବନ୍ତ କଲ୍ୟାଣ ମଣ୍ଡପରେ ଅସ୍ଥାୟୀ ଭାବେ କୋର୍ଟକୁ କାର୍ଯ୍ୟକ୍ଷମ କରିବାକୁ ସ୍ଥିର ହୋଇଥିଲା । ସବୁ ପ୍ରକାର ବ୍ୟବସ୍ଥା ହୋଇଥିଲେ ମଧ୍ୟ ବନ୍ତ କୋର୍ଟ ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନି । ୪ବର୍ଷ ହେବ ନିର୍ମାଣ ଶେଷ ହୋଇଥିଲେ ମଧ୍ୟ କୋର୍ଟ କାର୍ଯ୍ୟ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରିନି । ବନ୍ତ ବ୍ଲକ ୨୦୮ଟି ରେଭିନ୍ୟୁ ଗ୍ରାମ୨୫ଟି ପଂଚାୟତର ଦୁଇ ଲକ୍ଷ ବିଶିଷ୍ଟ ଜନସଂଖ୍ୟାକୁ ନେଇ ଗଠିତ । ଏହାର ଗୁରୁତ୍ୱକୁ ନେଇ ଉକ୍ତ ସ୍ଥାନରେ ନ୍ୟାୟାଳୟ ପ୍ରତିଷ୍ଠା ପାଇଁ ଓକିଲ ସଂଘ , ସର୍ବସାଧାରଣ ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦାବିପତ୍ର ପ୍ରଦାନ ପରେ ଜିଲ୍ଲା ଜଜ୍‌ଙ୍କ ପକ୍ଷରୁ ବନ୍ତ କଲ୍ୟାଣ ମଣ୍ଡପକୁ ମରାମତି କରାଯାଇ ସେଥିରେ ଅସ୍ଥାୟୀ କୋର୍ଟ ପ୍ରତିଷ୍ଠା ପାଇଁ ସ୍ଥିର ହୋଇଥିଲା । ଇତି ମଧ୍ୟରେ ଉକ୍ତ ଗୃହର ସମସ୍ତ କାର୍ଯ୍ୟ ଦୀଘ ର୍ଚାରିିବର୍ଷରୁ ଅଧିକ ହେବ ସମ୍ପନ୍ନ ହୋଇ ରଂଗ ଦିଆସରି ସେଥିରେ ତାଲା ଝୁଲୁଛି । ଅନ୍ୟପକ୍ଷରେ ବରକୋଣା ଠାରେ ଥିବା ସ୍ଥାନକୁ କୋର୍ଟ ନାମରେ ଖତିୟାନ ପ୍ରସୃତ ସରିଛି । ଅସ୍ଥାୟୀ ଭାବେ ଚାଲିବାକୁ ଥିବା କୋର୍ଟ ବିଭିନ୍ନ ଲତା ଗୁଳ୍ୱ ରେ ଭର୍ତି ହୋଇ ନଷ୍ଟ ବେହାକୁ ବସିଛି । ବହୁ ଦାବି ପରେ ଜିଲ୍ଲା ଜଜ ବନ୍ତ ବ୍ଲକ ପରିଦର୍ଶନରେ ଆସି ଏହି ବିଷୟରେ ମାନ୍ୟବର ହାଇକୋର୍ଟକୁ ଜଣାଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁଳେ ଉକ୍ତ ସ୍ଥାନରେ ଅସ୍ଥାୟୀ ଭାବେ ଏକ ପ୍ରଥମ ଶ୍ରେଣୀ ନ୍ୟାୟାଳୟ ପ୍ରତିଷ୍ଠା ପାଇଁ ବିଭିନ୍ନ ଚିହ୍ନଟ ସହ ବରକୋଣାଠାରେ ଥିବା ସ୍ଥାନକୁ ଉପଯୁକ୍ତ ସ୍ଥାନଭାବେ ଚିହ୍ନଟ କରିଥିଲେ । ତେବେ ପରେ ଅସ୍ଥାୟୀଭାବେ ବନ୍ତ କଲ୍ୟାଣ ମଣ୍ଡପକୁ ଚିହ୍ନଟ କରାଯାଇ ସେଠାରେ ନ୍ୟାୟାଳୟ ପ୍ରତିଷ୍ଠା ପାଇଁ ସ୍ଥିର ହୋଇଥିଲା । ସବୁ ପ୍ରକାର କାର୍ଯ୍ୟ ସରିଥିଲେ ମଧ୍ୟ ଏଠାରେ କୋର୍ଟ କାର୍ଯ୍ୟକ୍ରମ ହୋଇପାରିନି । ଫଳରେ ବର୍ତ୍ତମାନ ପ୍ରତ୍ୟେକ ଛୋଟ ବଡ଼ ମାମଲା ପାଇଁ ଲୋକମାନଙ୍କୁ ବହୁ ଦୂର ଭଦ୍ରକର ନଳାଙ୍ଗ ଠାରେ ପ୍ରତିଷ୍ଠା ହୋଇଥିବା ନୂତନ କୋର୍ଟକୁ ଯିବା ଆସିବା କରିବାକୁ ପଡ଼ୁଛି । ତେଣୁ ଯଥାଶିଘ୍ର ଏହି କୋର୍ଟକୁ କାର୍ଯ୍ୟକ୍ଷମ କରିବାକୁ ଅଂଳବାସୀଙ୍କ ତରଫରୁ ଦୃଢ଼ ଦାବି ହେଉଛି ।