Onn 3

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର

State

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର । ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କ ନାଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲିଜିୟମ । ବର୍ତ୍ତମାନ ହାଇକୋର୍ଟ ମୁଖ୍ୟ ବିଚାରପତି ଅଛନ୍ତି ଏସ୍. ମୁରଲୀଧର । ଜଷ୍ଟିସ ଏସ୍ ମୁରଲୀଧର ଆସନ୍ତା ମାସରେ ଅବସର ନେବେ । ଜଷ୍ଟିସ୍ ତାଳପତ୍ର ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି ।

ପୂର୍ବରୁ ଜଷ୍ଟିସ ତାଳପତ୍ର ନଭେମ୍ବର ଗୌହାଟି ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ । ପରେ ୨୦୧୩, ସେପ୍ଟେମ୍ବର ୧୩ରେ ତ୍ରିପୁରା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ । ପରେ ତ୍ରିପୁରା ହାଇକୋର୍ଟରୁ ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିଥିଲେ ଜଷ୍ଟିସ ତାଳପତ୍ର । ଜୁନ ୧୦ ତାରିଖରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ସେ ଶପଥ ନେଇଥିଲେ ଜଷ୍ଟିସ ତାଳପତ୍ର । ସେବେଠୁ ସେ ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ କାମ କରୁଥିବା ବେଳେ ଆସନ୍ତା ମାସ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ।