Tp3dpfdfvztzhuer8fqo

ତୀର୍ଥଯାତ୍ରୀ ବସ୍‌କୁ ପଛରୁ ପିଟିଲା କଣ୍ଟେନର୍‌, ୧୦ରୁ ଉର୍ଦ୍ଧ୍ୱ ଆହତ

State

ଭୁବନେଶ୍ୱର: ଟାଟାରୁ ପୁରୀ ଯାଉଥିଲା ତୀର୍ଥଯାତ୍ରୀ ବସ୍‌ । ରାସ୍ତାରେ ଟାୟାର୍‌ ବଦଳାଇବାକୁ ରହିଥିବା ବେଳେ ବସ୍‌କୁ ପଛରୁ ପିଟିଲା କଣ୍ଟେନର୍‌ । ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ । ଭଦ୍ରକ ଜିଲ୍ଲା ୧୬ ନମ୍ୱର୍ ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଛତାବର ନିକଟରେ ଏଭଳି ଦୁର୍ଘଟଣା ଘଟିଛି ।

ସୂଚନା ମୁତାବକ, ଏକ ତୀର୍ଥଯାତ୍ରୀ ବସ୍‌ ଟାଟାରୁ ପୁରୀ ଯାଉଥିଲା । ଉକ୍ତ ତୀର୍ଥଯାତ୍ରୀ ବସ୍‌ଟି ଛତାବର ନିକଟରେ ଟାୟାର୍‌ ବଦଳାଇବା ପାଇଁ ରହିଥିଲା । ଏହି ସମୟରେ ଘଟିଗଲା ଦୁର୍ଘଟଣା । ତୀର୍ଥଯାତ୍ରୀ ବସ୍‌କୁ ପଛପଟୁ ଏକ କଣ୍ଟେନର ଦୃତ ଗତିରେ ଆସି ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।

ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଛି । ସେଠାରେ ପହଞ୍ଚି ସମସ୍ତ ଆହତଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛି ଭଣ୍ଡାରିପୋଖରୀ ପୋଲିସ । ଏହା ସହ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ଚଳାଇଛି ପୋଲିସ ।