3

ଭାରତୀ ଦିଦିଙ୍କ ବିୟୋଗରେ ଶିକ୍ଷକ ମହଲରେ ଶୋକର ଛାୟା 

ରାଜ୍ୟ
ବାରିପଦା: ଜିଲ୍ଲାର ଜଣେ ଆଦର୍ଶ ଶିକ୍ଷୟତ୍ରୀ ତଥା ଅସାଧାରଣ ପ୍ରତିଭାର ଅଧିକାରିଣୀ ଭାରତୀ ତ୍ରିପାଠୀଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି I କୁଳିଅଣା ବ୍ଲକ ଅନ୍ତର୍ଗତ ତଥା  ଚିପଟଅସ୍ତିଆ ନିକଟସ୍ଥ ରଘୁନାଥଗଞ୍ଜ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଥାଇ ନିଜର କାର୍ଯ୍ୟ ଦକ୍ଷତା ବଳରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଥିଲେ I କୁଳିଅଣା ବ୍ଲକ ସମେତ ଜିଲ୍ଲାର ଜଣେ କର୍ମଠ ଓ ସର୍ବଗୁଣ ସମ୍ପନ୍ନା ଶିକ୍ଷୟତ୍ରୀ ଭାବେ ପରିଚିତ ଥିଲେ I
କୁଳିଅଣା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଫେରିବା ସମୟରେ ଚେତା ହରାଇ କୁଳିଅଣା ଓ ପରେ ପି ଆର ଏମ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ I ଶେଷରେ ଏସ ସି ବି ମେଡିକାଲରେ ଗତକାଲି ୯ ତାରିଖ ଅପରାହ୍ନରେ ୫୬ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି I ଖବର ପାଇ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଦିଲ୍ଲୀପ କୁମାର ପାତ୍ର, ପୂର୍ବତନ ସମ୍ପାଦକ ବିମଳ କୁମାର ଆଚାର୍ଯ୍ୟଙ୍କ ସମେତ ଶିକ୍ଷକ ନେତା ହରେକୃଷ୍ଣ ବାରିକ, ଶିବ ନାରାୟଣ ମହାନ୍ତ, ଅଜିତ କୁମାର ଦତ୍ତ, ରବି ନାରାୟଣ ଦତ୍ତ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସରସ୍ବତୀ ସିଂ, ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ, ଗ୍ରାମବାସୀ ତାଙ୍କ ଚିପଟ ଅସ୍ତିଆ ସ୍ଥିତ ବାସଭବନରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ I ମୃତ୍ୟୁ ବେଳକୁ ତାଙ୍କ ବୃଦ୍ଧ ପିତାମାତା, ସ୍ୱାମୀ କିଶୋର କୁମାର ଦାଶ, ପୁତ୍ର ମନୀଷ ଦାଶ ପ୍ରମୁଖ ଉପସ୍ଥିତ ଥିଲେ I ଆଜି ବାରୁଣୀ ଠାରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି I