ଆଗରପଡ଼ା :ଆଗରପଡ଼ା ପୁରୁଷଣ୍ଢ ସ୍ଥିତ ମା’ଦକ୍ଷିଣଚଣ୍ଡୀ ରଜ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ପୁରୁଷଣ୍ଢ ସେବା ସମବାୟ ସମିତି ସଭାପତି ତଥା ବରିଷ୍ଠ ବିଜେଡ଼ି ନେତା ପ୍ରଶାନ୍ତ ଦାଶ ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ମହୋତ୍ସବ କମିଟି ସଭାପତି ସାମ୍ବାଦିକ ପ୍ରଦ୍ୟୁମ୍ନ ପୁହାଣଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ପୁରୁଷଣ୍ଢ ଗ୍ରାମ ପଂଚାୟତ ସରପଂଚ ପ୍ରକାଶ ବିଶ୍ୱାଳ,ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ ପୁହାଣ,ପୂର୍ବତନ ସରପଂଚ ରବିନ୍ଦ୍ର ପଣ୍ଡା, ବରିଷ୍ଠ ଉପଦେଷ୍ଟା ଚିତ୍ତରଞ୍ଜନ ସାମନ୍ତରାୟ, ବିଜେପି ନେତା ତପନ ସିଂହ, କଂଗ୍ରେସ ନେତା ପ୍ରଭାତ ପଣ୍ଡା, କଂଗ୍ରେସ ଯୁବ ନେତୃତ୍ୱ ପ୍ରଦ୍ୟୁମ୍ନ ଦାସ, ସମାଜସେବୀ ଜଗନ୍ନାଥ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । କମିଟି ଉପଦେଷ୍ଟା ତଥା ଶିକ୍ଷାବିତ ପ୍ରଫୁଲ୍ଲ ବିଶ୍ୱାଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ନିର୍ମଳ ମହାକୁଡ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଓମ ସାଇ ଡ୍ୟାନ୍ସ ଗ୍ରୁପ ତରଫରୁ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ମହୋତ୍ସବ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ପ୍ରତିଦିନ ମହିଳାଙ୍କ ପାଇଁ ଗୃହଲକ୍ଷ୍ମୀ, ଛାତ୍ର ଛାତ୍ରୀ ଙ୍କ ପାଇଁ ନୃତ୍ୟ , ସଂଗୀତ, ଲୁଡୁ, ତାସ ଖେଳ ଆଦି ପ୍ରତିଯୋଗୀତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଊଛି । ଆୟୋଜିତ ସମସ୍ତ କାର୍ଯ୍ୟକ୍ରମକୁ କମିଟିର ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରୁଛନ୍ତି ।
