Onn 3

ନନ୍ଦନକାନନକୁ ମିଜୋରାମରୁ ଆସିଲେ ହୁଲକ ଗିବନ ସମେତ ୫ ଜୀବଜନ୍ତୁ

State

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର । ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ଗତକାଲି ରାତିରେ ମିଜୋରାମ ଆଇଜଲ ଚିଡିଆଖାନାରୁ ଦୁଇ ହୁଲକ ଗିବନ ସମେତ ୫ ଜୀବଜନ୍ତୁ ଆସିଛନ୍ତି । ଦୁଇ ଦୁଇ ହୁଲକ ଗିବନଙ୍କ ବୟସ ୪ ବର୍ଷ ଓ ୧୧ ବର୍ଷ । ଏହି ୫ ଜୀବଜନ୍ତୁ ଆସିବା ପରେ  ପ୍ରାଣୀ ଉଦ୍ୟାନରେ ମୋଟ୍ ଜୀବଜନ୍ତୁ ସଂଖ୍ୟା ୧୬୩କୁ ବୃଦ୍ଧି ପାଇଛି  । ନୂତନ ଭାବେ ଆସିଥିବା ଜୀବଜନ୍ତୁଙ୍କୁ ପ୍ରାୟ ୧ ମାସ କ୍ବାରେଣ୍ଯାଇନ ସେଣ୍ଟରରେ ରଖାଯିବ   ।  ପରେ ସେମାନଙ୍କୁ ପର୍ଯ୍ୟଟକଙ୍କ ଦେଖିବା ପାଇଁ ଖୁଆଡରେ ଛଡାଯିବ  । ଅନ୍ୟ ପ୍ରାଣିଙ୍କ ମଧ୍ୟରେ ଅଛନ୍ତି ହିମାଳୟ କଳା ଭାଲୁ, ଘୁଷୁରୀ ଲାଞ୍ଜୀ ମାଙ୍କଡ଼ ।

ଅଦଳବଳଦ ପ୍ରକ୍ରିୟାରେ ନନ୍ଦନକାନନରୁ ଦୁଇ ବାଘ ଦେଇ ୫ ଜୀବଜନ୍ତୁ ଅଣାଯାଇଛି । ନନ୍ଦନକାନନ  ବଟାନିକାଲ ଗାର୍ଡେନର ଏସିଏଫ୍ ସୁଦୀପ୍ତ  କୁମାର ପଣ୍ଡା, ପ୍ରାଣୀ ଚିକିତ୍ସକ ଡ. ବିକ୍ରମ ଟି, ଫରେଷ୍ଟ ଗାର୍ଡ ପ୍ରତାପ ଖୁଣ୍ଟିଆ ପ୍ରମୂଖ ଏହି ଅଦଳବଦଳ ପ୍ରକ୍ରିୟାରେ  ଜନ୍ତୁ ମାନଙ୍କୁ ଆଣିବାକୁ ଯାଇଥିଲେ  । ଘୁଷୁରୀ ଲାଞ୍ଜୀ ମାଙ୍କଡ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂଆ କରି  ଯୋଡି ହୋଇଛନ୍ତି ।