Onn 3

ବର୍ଦ୍ଧିତ ଫି କୁ କଲେଜରେ ଛାତ୍ର ଉତ୍ତେଜନା, ମୁଖ୍ୟ ଫାଟକରେ ପଡ଼ିଲା ତାଲା

State

ଆଗରପଡ଼ା:ଟ୍ୟୁସନ ଫି ବୃଦ୍ଧିକୁ ନେଇ ଆଗରପଡ଼ା କଲେଜରେ ଛାତ୍ର ଉତ୍ତେଜନା ଦେଖାଦେଇଛି । ଯଦ୍ୱାରା ଗତ ଦୁଇଦିନ ହେଲା କଲେଜରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଉକ୍ତ ଖବର ଲେଖା ହେବା ବେଳକୁ କଲେଜ ପରିଚାଳନା କମିଟି ସଭାପତି ପ୍ରଶାନ୍ତ ଦାଶ,ଅଧ୍ୟକ୍ଷ ନାରାୟଣ ପାତ୍ର ପ୍ରମୁଖ ଛାତ୍ରନେତାଙ୍କ ସହ ଉପୁଜିଥିବା ସମ୍ୟାର ସମାଧାନ ପାଇଁ ଆଲୋଚନା ଜାରୀ ରଖିଥିଲେ ।

ଛାତ୍ରଛାତ୍ରୀଙ୍କ ଦାବିକୁ ବିଚାରକୁ ନିଆଯାଇ ଗତ ୩ବର୍ଷ ତଳେ ବୃଦ୍ଧି ପାଇଥିବା ଟ୍ୟୁସନ ଫିକୁ ହ୍ରାସ କରାଯାଇଛି ବୋଲି ସଭାପତି ଶ୍ରୀ ଦାଶ ସୂଚନା ଦେଇଛନ୍ତି । ଅପର ପକ୍ଷରେ ଛାତ୍ରଛାତ୍ରୀମାନେ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଥିଲେ ।