Onn 3

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ କବାଡ଼ି ପ୍ରତିଯୋଗିତା ତୃତୀୟ ଦିବସ ପରିକ୍ରମା

sports State

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଚାଲିଥିବା ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ କବାଡ଼ି ପ୍ରତିଯୋଗିତାର ତୃତୀୟ ଦିବସରେ ପ୍ରତିଯୋଗିତା ଗୁଡ଼ିକରେ ଗ୍ରୁପ୍‌ ଏ ରେ କଲିକତା ବିଶ୍ୱବିଦ୍ୟାଳୟ ୩୦-୨୭ରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏବଂ ଆଡାମାସ ବିଶ୍ୱବିଦ୍ୟାଳୟ ୫୦-୪୨ରେ କଲିକତା ବିଶ୍ୱବିଦ୍ୟାଳୟକୁ ପରାସ୍ତ କରି ଏ ଗ୍ରୁପ୍‌ର ଚମ୍ପିଆନ ହୋଇଥିଲା । ଗ୍ରୁପ୍‌ ବି ରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ୪୦-୩୬ରେ ବୀର କୁଅଁର ବିଶ୍ୱବିଦ୍ୟାଳୟକୁ ଏବଂ ଜନନାୟକ ଚନ୍ଦ୍ରଶେଖର ବିଶ୍ୱବିଦ୍ୟାଳୟ ବାଲିଆ ୫୨-୧୭ରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରି ବି ଗ୍ରୁପ୍‌ର ଚମ୍ପିଆନ ହୋଇଥିଲା ।

ଗ୍ରୁପ୍‌ ସି ରେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀ ୩୯-୨୮ରେ ବର୍ଦ୍ଧମାନ ବିଶ୍ୱବିଦ୍ୟାଳୟକୁ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀ ୪୧-୩୯ରେ ଡ. ସି.ଭି.ରମଣ ବିଶ୍ୱବିଦ୍ୟାଳୟ ବିଳାସପୁର ପରାସ୍ତ କରି ସି ଗ୍ରୁପ୍‌ର ଚମ୍ପିଆନ ହୋଇଥିଲା । ଗ୍ରୁପ୍‌ ଡି ରେ ଏଲ୍‌.ଏନ୍‌.ମିଥିଳା ବିଶ୍ୱବିଦ୍ୟାଳୟ ୨୨-୧୯ରେ ମହାରାଜା ସୁହେଲ ଦେବ ରାଜ୍ୟ ବିଶ୍ୱବିଦ୍ୟାଳୟ ଆଜମଗଡ଼କୁ ଏବଂ ଭି.ବି.ଏସ୍‌.ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ ୪୧-୩୮ରେ ଏଲ୍‌.ଏନ୍‌.ମିଥିଳା ବିଶ୍ୱବିଦ୍ୟାଳୟକୁ ପରାସ୍ତ କରି ଡି ଗ୍ରୁପ୍‌ର ଚମ୍ପିଆନ ହୋଇଥିଲା । ଆସନ୍ତାକାଲି ଅପରାହ୍ନରେ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ ।

kabadi competition (2)