Onn 3

ଆଇନଗତ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ପାଳନ କର୍ମଶାଳା

State

ବାରିପଦା: ସବୁ ବର୍ଷ ନଭେମ୍ବର ମାସ କୁ ଆନ୍ତର୍ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ରୂପରେ ପାଳନ କରାଯାଇଥାଏ । ଏହି ଅବସରରେ ଆଇନଗତ ପୋଷ୍ୟ ସନ୍ତାନ ଗ୍ରହଣ ବ୍ୟବସ୍ଥା ସମ୍ପର୍କିତ ଏକ କର୍ମଶାଳା ଆଜି ଶୁକ୍ରବାର ଜିଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ମୟୁରଭଞ ଜିଲା ପରିଷଦ ଅଧ୍ୟକ୍ଷ ଭାରତୀ ହଁସଦା ଓ ଉପଜିଲାପାଳ ଅଭୁମନ୍ୟୁ ବେହେରା ଏହି କର୍ମଶାଳା କୁ ଉଦ୍‌ଘାଟନ କରି ପ୍ରତ୍ୟେକ ଶିଶୁ ର ସର୍ବାଙ୍ଗୀନ ବିକାଶ ପାଇଁ ଏକ ପରିବାରର ଆବଶ୍ୟକତା ରହିଥିବା ସହିତ ସମସ୍ତ ଶିଶୁ ଙ୍କୁ ସୁରକ୍ଷା ବଳୟ ଭିତରେ ରଖିବା ନେଇ ଗୁରୁତ୍ୱାରୋପ କରିଥିଲେ ।

ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ରୂପଭାନୁ ମିଶ୍ର , ଡି ଏସ ପି ସବିତା ମାଝୀ , ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଜଗଦିଶ ଚନ୍ଦ୍ର ଘଡେଇ ପ୍ରମୁଖ ଶିଶୁ ସୁରକ୍ଷା ଓ ଆଇନଗତ ପୋଷ୍ୟ ସନ୍ତାନ ଗ୍ରହଣ କୁ ସୂଚାରୁରୂପେ ତ୍ୱରାନିତ କରିବା ଦିଗରେ ମତବ୍ୟକ୍ତ କରିଥିଲେ । ଜିଲା ଶିଶୁ ସୁରକ୍ଷା ଅଧକାରୀ ମମତାମୟୀ ବିଶ୍ୱାଳ ସଭା ପରିଚାଳନା କରିବା ସହିତ ପୋଷ୍ୟ ସନ୍ତାନ ଗ୍ରହଣର ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ ଓ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲା ଶିଶୁ ସୁରକ୍ଷା ୟୁନିଟର ସୁରକ୍ଷା ଅଧିକାରୀ (ଅଣ ଆନୁଷ୍ଠାନିକ) ଅମର କୁମାର ଦେ ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ-୨୦୨୨ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅବସରରେ ପୋଷ୍ୟ ସନ୍ତାନ କରିଥିବା ଦୁଇ ଜଣ ପିତା ମାତା ଓ ଜଣେ ସାମାଜିକ କର୍ମୀ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲାର ସମସ୍ତ ସିଡିପିଓ , ଏମଓଆଇସି , ସ୍ୱେଛାସ୍ୱେବୀ ଅନୁଷ୍ଠାନ , ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତଥିଲେ ।