Nandan

ନନ୍ଦନକାନନକୁ ରାଞ୍ଚିରୁ ଆସିଲେ ମହାବଳ ବାଘ ସହ ଅନ୍ୟାନ୍ୟ ଜୀବଜନ୍ତୁ

State

ଭୁବନେଶ୍ୱର : ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ରାଞ୍ଚି ବିର୍ସାମୁଣ୍ଡା ବାୟୋଲୋଜିକାଲ ପାର୍କରୁ ଗୋଟିଏ ରୟାଲ ବେଙ୍ଗଲ ଟାଇଗରକୁ ପ୍ରାଣୀ ଉଦ୍ୟାନକୁ ଅଣାଯାଇଛି । ଏହାସହ ୪ଟି ହରିଣ, ୪ଟି ପାଲମ ସିଭେଟ, ୨ଟି ଇଣ୍ଡିଆନ ଫକ୍ସ, ୨ଟି ପେଲିକାନ, ୨୦ଟି ନାଇଟ ହେରୋନ, ୨୦ଟି ବ୍ଲାକ ହେଡଡ ଲିବିସ ଆଦିଙ୍କୁ ନନ୍ଦନକାନନକୁ ଅଣାଯାଇଛି । ପ୍ରାଣୀ ଅଦଳ ବଦଳ କାର୍ଯ୍ୟକ୍ରମରେ ସେଣ୍ଟ୍ରାଲ ଜୁ ଅଥରୀଟିଙ୍କ ଅନୁମୋଦନ କ୍ରମେ ଏହି ଅତିଥି ମାନେ ଆସିଛନ୍ତି ।

ଏହି ନୂଆ ଅତିଥି ପଶୁ ନନ୍ଦନକାନନକୁ ଆସିବାପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏଠାକାର ଡାକ୍ତରମାନଙ୍କ ଦ୍ୱାରା କରାଯାଇଛି। ସେମାନଙ୍କୁ କ୍ୱାରେଣ୍ଟାଇଇନରେ ରଖାଯାଇଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁ ମାନଙ୍କର ବଂଶ ବୃଦ୍ଧି କରିବା ପାଇଁ ଆରମ୍ଭ ହୋଇଥିଲା ଜୀବଜନ୍ତୁ ଅଦଳବଦଳର ପ୍ରକ୍ରିୟା । ଏହି ଆଧାରରେ ରାଞ୍ଚିର ଭଗବାନ ବିର୍ଶା ବାୟୋଲୋଜିକାଲ ପାର୍କ ଓ ନନ୍ଦନକାନନର ଚିଡିଆଖାନା ମଧ୍ୟରେ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟା ପାଇଁ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ ଅନୁମତି ପ୍ରଦାନ କରିଥିଲେ । ଚଳିତ ମାସ ୯ ତାରିଖ ମଙ୍ଗଳବାର ଦିନ ନନ୍ଦନକାନନର ୮ଜଣିଆ ଟିମ ରାଞ୍ଚି ଅଭିମୁଖେ ଯାଇଥିଲେ। ନନ୍ଦନକାନନରୁ ଏହି ଟିମ୍ ୧ଧଳାବାଘ,୪ଗୁରାଣ୍ଡି, ୪ଡାଳି ଓଧ, ୨୦ଅନ୍ଧାରି ବଗ,୨୦କଳାମୁଣ୍ଡିଆ ବାଜେଣି,୨ଧୁସର ଦଦରାହଣା,୨ବିଲୁଆକୁ ମିଶାଇ ସମୁଦାୟ ୫୩ ଜୀବଜନ୍ତୁଙ୍କୁ ନିଆଯାଇଥିଲା ।