ସୂଚନା ଅନୁସାରେ, ଗତ କିଛି ଦିନ ଧରି ଯାଜପୁରର ଅଞ୍ଚଳରେ ଧଳାଜହର ବେପାର ବଢିବାରେ ଲାଗିଛି । ବେପାରି ମାନଙ୍କୁ ଧରିବାକୁ ଗତ କିଛି ଦିନ ହେବ ଯାଜପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ବିଶେଷ ସୁତ୍ରରୁ ଖବର ପାଇ ଯାଜପୁର ପ୍ରଶାସନିକ ଭବନ ନିକଟରେ ଚଢାଉ କରିଥିଲା ଟାଉନ ଥାନା ପୋଲିସ । ଚଢାଉ ସମୟରେ ୨୫.୦୨ ଗ୍ରାମର ବ୍ରାଉନସୁଗାର ଜବତ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ଅଭିଯୟକ୍ତ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।
ତେବେ ବ୍ରାଉନ ସୁଗାର ବ୍ୟବସାୟର ମାଷ୍ଟର ମାଇଣ୍ଡ ଜଣେ ଦାନ୍ତ ଡାକ୍ତର ଥିବା ଜଣାପଡ଼ିଛି । ଏହି ଡାକ୍ତର ଜଣକ ହେଉଛନ୍ତି ନିଗମାନନ୍ଦ ଖଟୁଆ । ସେ ମହାବୀର ଛକରେ ଏକ କ୍ଲିନିକ କରି ନିଜର ଏହି ରାକେଟ ଚଳାଇ ଆସୁଥିଲେ ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଯାଜପୁର ଏସଡିପିଓ ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତି । ଅଭିଯୁକ୍ତ ଙ୍କ ବିରୋଧ ରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।