Bj

ରାଜ୍ୟରେ ଦରଦାମ ବୃଦ୍ଧି ନେଇ ବର୍ଷିଲା ବିରୋଧୀ ବିଜେଡି

Politics State

ଭୁବନେଶ୍ୱର : ଦର ନକମିଲେ ଆନ୍ଦୋଳନ । ଲୋକଙ୍କୁ କଲବଲ କଲାଣି ଆକାଶଛୁଆଁ ଦରବୃଦ୍ଧି । ଦିନକୁ ଦିନ ହୁ ହୁ ହୋଇ ବଢିଚାଲିଛି ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ । ୫୦ ଉପରେ ସବୁ ପରିବା । ଏହାକୁ ନେଇ ଅତିଷ୍ଠ ହୋଇପଡିଲେଣି ଲୋକେ। ଦରଦାମ୍ ନିୟନ୍ତ୍ରଣ କରି ରାଜ୍ୟ ସରକାର ଲୋକଙ୍କୁ ନ୍ୟାୟ ଦେବାକୁ ବିଜେଡିର ଦାବି। ବ୍ୟବସାୟୀ ମଧ୍ୟ ଦରବୃଦ୍ଧିକୁ ନେଇ ଅସନ୍ତୋଷ ଝାଡିଥିବା ବେଳେ, ସମସ୍ୟାର ତୁରନ୍ତ ସମାଧାନ ପାଇଁ ବିଜେଡି କହିଛି ।

ପ୍ରମିଳା କହିଥିଲେ, ରାଜ୍ୟରେ ପରିବର୍ତ୍ତନ ଓ ସୁଶାସନ ନାରା ଦେଇ ଦରଦାମ ଆକାଶଛୁଆଁ କରିଛନ୍ତି । ସାଧାରଣ ଲୋକ ଆଶା କରୁଛନ୍ତି ଭଲ ଖାଇବେ ଓ ଶସ୍ତାରେ ପାଇବେ, ତେଣୁ ଚାଉଳ, ଡାଲି, ପନିପରିବା ଦର ବୃଦ୍ଧି ରାଜ୍ୟ ସରକାର ନିୟନ୍ତ୍ରଣ କରି ଲୋକଙ୍କୁ ନ୍ୟାୟ ଦିଅନ୍ତୁ । ତେବେ ମନ୍ତ୍ରୀ କହୁଛନ୍ତି ଦରଦାମରେ ସରକାରଙ୍କ ନିୟନ୍ତ୍ରଣ ନାହିଁ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସାଧାରଣ ଲୋକ ଶସ୍ତାରେ କେମିତି ଜିନିଷ ପାଇବେ, ସେ ବ୍ୟବସ୍ଥା ରାଜ୍ୟ ସରକାର କରନ୍ତୁ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି । ଦରଦାମ୍ ନିୟନ୍ତ୍ରଣକୁ ନ ଆସିଲେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି।