କୋରାପୁଟ: କଳାଜିରା ଧାନକୁ ମିଳିଲା ଜି.ଆଇ ଟ୍ୟାଗ୍। ନାବାର୍ଡ ଏବଂ ଓଡ଼ିଶା ସରକାରଙ୍କ ସହଯୋଗରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, କୃଷକ ଉତ୍ପାଦକ କମ୍ପାନି ଜୈବିକ୍ ଏସଆରଆଇ “କୋରାପୁଟ କାଲାଜିରା ଚାଉଳ” ପାଇଁ ଜିଆଇ ଟ୍ୟାଗ୍ ପାଇଲା।
କଳାଜିରା ଧାନର ଉତ୍ପତି ସ୍ଥଳି କୁହାଯାଉଥିବା କୋରାପୁଟ ଜିଲ୍ଲାର ଜୟପୁର ଅଂଚଳରୁ ଏବେ ଏହି ଦେଶୀ ଔଷଧୀୟ ଜଳାଜିରା ଧାନ କିନ୍ତୁ ଗାୟବ। ଧାନ ଆମ ରାଜ୍ୟର ଏକ ମୁଖ୍ୟ ଫସଲ । ଚାଷ ହେଉଥିବା ଧାନ ସବୁ ମୋଟା, ସରୁ, ମଧ୍ୟମ କିସମର ଏବଂ କମ୍ ବା ଅଧିକ ଅବଧିଯୁକ୍ତ । ଦେଶୀୟ ବାସନା ଧାନର ଚାହିଦା ଅନ୍ୟ ଧାନ ତୁଳନାରେ ଅଧିକ ରହିଥିବା ବେଳେ ଏହାର ଅମଳ ଖୁବ୍ କମ ହୋଇଥାଏ । ତେଣୁ କାଁଭାଁ କିଛି ହାତ ଗଣତି ଚାଷୀଙ୍କୁ ବାଦ୍ ଦେଲେ କଳାଜିରା ଚାଷ କରିବାକୁ ଆଉ ଚାଷୀ ଚାହୁଁ ନାହାନ୍ତି। ୧୪୦ରୁ ୧୫୦ଦିନରେ ଅମଳ ହେଉଥିବା ଏହି ଧାନ କମ ପରିମାଣର ଅମଳ ହୁଏ। ଏହା ମୁଖ୍ୟତଃ ଖାଲ ଜମିରେ ହିଁ ଚାଷ ହୋଇଥାଏ।