Onn 3

ଶ୍ରୀ ସତ୍ୟସାଇ ବାବାଙ୍କ ୯୮ତମ ଜନ୍ମ ଜୟନ୍ତୀ

State

ବାରିପଦା: ସତ୍ୟସାଇ ବିହାର ପରିସରରେ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ୯୮ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ପ୍ରତ୍ୟୁଷ ମୋର ୫ଟା ସମୟରେ ପରେଓଁକାର ନଗର ସଂକୀର୍ତ୍ତନ,ଦିବ୍ୟ ପତାକା ଉତ୍ତୋଳନ ଏବଂ ଷୋଡ଼ଷ ଉପଚାର ପୂଜାର୍ଚ୍ଚନା କରାଯାଇଥିଲା | ମନ୍ଦିରରେ ଅଷ୍ଟ ସହସ୍ର ନାମ ପୂଜାର୍ଚ୍ଚନା ସମାପନା ପରେ ବାବାଙ୍କ ଫଟୋ ଚିତ୍ରକୁ ଫୁଲସଜା ସୁସଜ୍ଜିତ ରଥରେ ସ୍ଥାପନା କରାଯାଇ ନଗର ପରିକ୍ରମା ହୋଇଥିଲା | ଆରତୀ ସମାପନ ପରେ ଭକ୍ତମାନଙ୍କୁ ପ୍ରସାଦ ସେବନ କମିଟୀ ପକ୍ଷରୁ କରାଯାଇଥିଲା | ଏହି ପବିତ୍ର ଦିବସରେ ସତ୍ୟସାଇ ସେବା ସମିତି ପକ୍ଷରୁ ଦରିଦ୍ର ନାରାୟଣ ସେବା ଓ ଉପଖଣ୍ଡ ଡାକ୍ତରଖାନାରେ ଫଳ ଓ ବିସ୍କୃଟ ବଣ୍ଟନ କରାଯାଇଥିଲା | ଅପରାହ୍ନରେ ନାରାୟଣ ସେବା ସହ ଶୀତ ବସ୍ତ୍ର କମିଟୀ ପକ୍ଷରୁ ନାରାୟଣ ମାନଙ୍କୁ ଶୀତବସ୍ତ୍ର ବିତରଣ କରାଯାଇଥିଲା |

ସନ୍ଧ୍ୟା ସମୟରେ ଭଜନ, ସଂକୀର୍ତ୍ତନ ସହ କେକ କଟା ଯାଇଥିଲା | ତାପରେ ସତ୍ୟସାଇ ବାବାଙ୍କ ଉଦ୍ଦେଶ୍ୟରେ ଏକ ଆଲୋଚନା ଚକ୍ର ହୋଇଥିଲା | ଏହା ପରେ ବାଲ ବିକାଶ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ଧରଣୀଧର ମିଶ୍ର, ରବୀନ୍ଦ୍ର ନାଥ ଜେନା, ଅଶୋକ ରାମ ପ୍ରଜାପତି, ଦେବବ୍ରତ ମହାନ୍ତି, ସନ୍ତୋଶ କୁମାର ମହାନ୍ତି, ସଂଜୀବ କୁମାର ଲେଙ୍କା, ହିମାଂଶୁ ଶେଖର ବଳ, ସାଇ ବିଭୂତି ମହାନ୍ତି, ଛତିଶ ଚନ୍ଦ୍ର ବାରିକ, ଶୁଶିଳା ପାତ୍ର, ଇତିଶ୍ରୀ ମହାନ୍ତି, ମଞ୍ଜୁଶ୍ରୀ ଲେଙ୍କା,ପ୍ରତିଭା ଜେନା, ପ୍ରଭାସିନୀ ଦାଶ, ଭାରତୀ ଦାଶ, କବିତା ପଣ୍ଡା, ଶୁଭମ ପଣ୍ଡା, କଟି ପଣ୍ଡା, ପ୍ରଭାକର ମହାନ୍ତି , ରାଧାରାଣୀ ମହାନ୍ତି, ଅଶୋକ ଅଗ୍ରୱାଲା ତଥା ବହୁ ସାଇପ୍ରେମୀ ଭାଇଭଉଣୀ ଉପସ୍ଥିତ ରହିଥିଲେ |