Screenshot 2024 09 17 170827 750x430

କାରଖାନାରେ ଦୁର୍ଘଟଣା: ୨ ଶ୍ରମିକ ମୃତ, ୬ ଗୁରୁତର

State

ଝାରସୁଗୁଡା: ଝାରସୁଗୁଡ଼ାର ଏକ କାରଖାନାରେ ଦୁର୍ଘଟଣା। ୨ ଶ୍ରମିକ ମୃତ ଓ ୬ ଜଣ ଗୁରୁତର ହୋଇଥିବା ସୂଚନା ରହିଛି। ବୁଢିପଦର ଓଡ଼ିଶା ମେଟାଲିକ୍ସ କମ୍ପାନୀରେ ଏହି ଅଘଟଣ ଘଟିଛି। ଦୁର୍ଘଟଣାରେ ଗୁରୁତର ଶ୍ରମିକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତକମାନେ ହେଲେ ଗଞ୍ଜାମ ଜିଲ୍ଲାର ପୂର୍ଣ୍ଣଚନ୍ଦ୍ର ଜେନା ଓ ଝାଡ଼ଖଣ୍ଡର ଆଲୋକ ଦେଓ।

ସୂଚନା ଅନୁସାରେ ଝାରସୁଗୁଡ଼ାସ୍ଥିତ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ (ଏମଏସପି ପ୍ଲାଣ୍ଟ)ରେ ମଙ୍ଗଳବାର ଅନ୍ୟ ଦିନ ଭଳି ଶ୍ରମିକମାନେ କାର୍ଯ୍ୟରତ ଥିଲେ। ପୂର୍ବାହ୍ନ ୧୧ଟା ବେଳେ ବ୍ଲାଷ୍ଟ ଫଣ୍ଡାସ ନିକଟରେ ଥ‌ିବା ଫିଲଟର ପ୍ରେସ୍‌ରେ ଏକ ବିଶାଳ ଲୁହା ପ୍ଲେଟ ଖସି ପଡ଼ିଥିଲା। ଏହି ସମୟରେ ଶ୍ରମିକମାନେ ଏଥିରେ ଫସି ଯାଇଥିଲେ। ଉଦ୍ଧାର ବେଳକୁ ୨ ଜଣଙ୍କର ମୃତ୍ୟୁ ହୋଇସାରିଥିଲା।

ସେମାନଙ୍କର ମୃତଦେହ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ କମ୍ପାନୀ ସମ୍ମୁଖରେ ମୃତକଙ୍କ ପରିଜନ ଓ କର୍ମଚାରୀମାନେ କ୍ଷତିପୂରଣ ଦାବି ନେଇ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ତେବେ କାରଖାନାରେ ବାରମ୍ବାର ଅଘଟଣ‌ ନେଇ କର୍ମଚାରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି।