Onn 3

ରାଜ୍ୟରେ ପୃଥକ ପୃଥକ ସ୍ଥାନରେ ବଜ୍ରପାତ, ୭ ମୃତ

State

ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ୭ ମୃତ, ୩ ଆହତ । ଖୋର୍ଦ୍ଧା ବାଣପୁରରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକ ଦୁଇ ଜଣ ଅରାଙ୍ଗ ଗ୍ରାମର ରଞ୍ଜତ ରଣସିଂହ ଏବଂ ଦାମିଆ ବରବରା ପଞ୍ଚାୟତ କଦମଝୋଲା ଗ୍ରାମର ଅମର ଶବର ।

ସେହିଭଳି ବଲାଙ୍ଗିର ଆଗଲପୁର ଥାନା କୁଟାସିଂହା ଗାଁରେ ବଜ୍ରାଘାତରେ ଜଣଙ୍କ ମୃତ୍ୟୁ ହୋଇଛି । ବୌଦ୍ଧ ରାଉତବାହାଲ ଗାଁରେ ବିଲରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୋହନାରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଗତସିଂହପୁରରେ ଜଣଙ୍କର ମୃତ୍ୟୁ ହୋଇଛି ।