ଭୁବନେଶ୍ୱର:ଫାଇଭ ଟି ସଚିବଙ୍କୁ ନେଇ ମୁହାଁମୁହିଁ ହୋଇଛନ୍ତି ସରକାର ଓ ବିରୋଧୀ । ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । ରାଜନୈତିକ ମାହୋଲ ବି ସରଗରମ । ସାରା ରାଜ୍ୟ ବୁଲୁଛନ୍ତି ସଚିବ । ହେଲିକପ୍ଟରରେ ଏ ଜିଲ୍ଲାରୁ ସେ ଜିଲ୍ଲା ଗସ୍ତ କରୁଛନ୍ତି । ଯୁଆଡେ ଯାଉଛନ୍ତି ମନ୍ତ୍ରୀ, ବିଧାୟକମାନେ ତାଙ୍କ ପାଇଁ ସବୁ ଆୟୋଜନ କରୁଛନ୍ତି । ଏହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ବିଜେଡି ସରକାରଙ୍କୁ ଘେରିଥିବାବେଳେ ଆଜି କଡା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।
ଅନ୍ୟପକ୍ଷେ କଂଗ୍ରେସ ନେତାଙ୍କର ଏପରି ଅଭିଯୋଗକୁ ଦୃଢୃଭାବେ ଖଣ୍ଡନ କରିଛି ବିଜେଡି । ସରକାର ଲୋକଙ୍କ ପାଖରେ ପହଞ୍ଚି ତାଙ୍କ ଦୁଃଖ ଶୁଣୁଛନ୍ତି ବୋଲି କହିଛି ବିଜେଡି । ନରସିଂହଙ୍କୁ ସମାଲୋଚନାର ଜବାବ ରଖି ବିଜେଡି କହିଛି ଆମେ ଅଞ୍ଚଳରେ ବୁଲୁଛୁ । ଲୋକଙ୍କ କଥା ବୁଝୁଛୁ । ୫ ଟି ସଚିବ ବୁଲି ଗ୍ରୀଭାନ୍ସ କରି ପାରିବେ । ଆଇନରେ ଏଥି ପାଇଁ ବ୍ୟବସ୍ଥା ଅଛି ବୋଲି କହିଛି ବିଜେଡି ।
ବିଜେଡି ବିଧାୟକ ସତ୍ୟ ନାରାୟଣ ପ୍ରଧାନ କହିଛନ୍ତି, ମୁଖ୍ୟମନ୍ତ୍ରୀ ସାରା ଓଡିଶା ନିଜେ ବୁଲି ପାରିବେ ନାହିଁ । ତେଣୁ ସଚିବଙ୍କୁ ପଠାଉଛନ୍ତି । ଲୋକଙ୍କ ଦୁଃଖ ସୁଖ ବୁଝି ସରକାରଙ୍କୁ ଜଣାଉଛନ୍ତି ୫ଟି ସଚିବ । ତେଣୁ ଏଥିରେ କ’ଣ ଅସୁବିଧା ବୋଲି ପ୍ରଶ୍ନ କରିଛନ୍ତ ବିଧାୟକ ।
ସେତିକି ନୁହେଁ, ସଚିବଙ୍କ ବିମାନ ଗସ୍ତକୁ ନେଇ ବିଧାୟକ ସଫେଇ ଦେଛନ୍ତି ଯେ, ୫ଟି ସଚିବ ସରକାରୀ କାର୍ଯ୍ୟକ୍ରମରେ ଯାଉଛନ୍ତି । ଗୋଟିଏ ଜିଲ୍ଲା ଦୁଇ ଦିନରେ ସାରିବେ । ତେଣୁ ତେଣୁ ହେଲିକେପ୍ଟରରେ ତ ଯିବେ । ଲୋକଙ୍କ ପାଖକୁ ସରକାର ଯାଉଛନ୍ତି । ସେଥିରେ ଅସୁବିଧା କଣ ବୋଲି ସେ ପାଲଟା ଜବାବ ମାଗିଛନ୍ତି । ତେବେ ସଚିବଙ୍କ ଏସବୁ କାର୍ଯ୍ୟକ୍ରମ ନିର୍ବାଚନ ପ୍ରଚାର ନୁହେଁ ଅଫିସିଆଲ ୱର୍କ ବୋଲି ସେ କହିଛନ୍ତି ।